ଓଡିଶା

 ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା; ୩୦ରୁ ପଞ୍ଜିକରଣ 

(କଟକ) : ଆସନ୍ତା ନଭେମ୍ବର ୨୭ ତାରିଖରୁ କଟକର ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ନଭେମ୍ବର ୨୭ ରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବାଲିଯାତ୍ରା । ବର୍ଗଫୁଟ ପ୍ରତି ସର୍ବନିମ୍ନ ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ଏ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ଲଟ୍ ଆବଣ୍ଟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାନୁଯାୟୀ , ପୃଷ୍ଠପୋଷକ ମାନଙ୍କ ପାଇଁ ୩୦ ଅକ୍ଟୋବର ରୁ ୩ ନଭେମ୍ବର ପଞ୍ଜିକରଣ ହେବ। ବାରବାଟୀ ପ୍ୟାଲେସରେ ଆସନ୍ତା ୩୦ ଅକ୍ଟୋବରରୁ ୩ ନଭେମ୍ବର ପର୍ଯ୍ୟନ୍ତ ପଞ୍ଜିକରଣ ଚାଲିବ । ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ଲଟ ନିଲାମ ହେବ। ପ୍ଲଟ୍ ସଂକ୍ରାନ୍ତୀୟ ସମସ୍ତ ସୂଚନା www.cuttack.nic.in କିମ୍ବା www.baliyatra.org ୱେବ୍‌ସାଇଟ୍‌ରେ ଉପଲବ୍ଧ କରାଯିବ । ଦୁଇଟି ପ୍ରକାରର ପ୍ଲଟ୍ ଆବଣ୍ଟନ କରାଯିବ ।

Related posts

ଚଣ୍ଡିଖୋଲରେ କରୋନା ସମୀକ୍ଷା ବୈଠକ

mahabharatanews

ପାଣିରେ ଚାଲି ଚାଲି ସମସ୍ୟା ଦେଖିଲେ ଭଦ୍ରକ ଜିଲ୍ଲାପାଳ

mahabharatanews

ବିଶ୍ୱ ଯୋଗ ଦିବସରେ କରୋ ୟୋଗ ରହୋ ନୀରୋଗ ର ବାର୍ତା

mahabharatanews