ଭାରତ

୮ ଭାରତୀୟ ନୌସେନାଙ୍କୁ ମୃତ୍ୟୁଦଣ୍ଡ ଦେଲା କତାର  

(ଦିଲ୍ଲୀ)  : ଗତକାଲି (୨୬ଅକ୍ଟୋବର) କତାର କୋର୍ଟ ଭାରତର ୮ଜଣ ପୂର୍ବତନ ନୌସେନା କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଯାହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ମୃତ୍ୟୁଦଣ୍ଡର ନିଷ୍ପତ୍ତିକୁ ନେଇ ଆମେ ଆଶ୍ଚର୍ଯ୍ୟ ହୋଇଛୁ ଏବଂ ବିସ୍ତୃତ ନିଷ୍ପତ୍ତି ପାଇଁ ଅପେକ୍ଷା କରିଛୁ।  ଆମେ ଏହି ବିଷୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରୁଛୁ ଏବଂ ଏହା ଉପରେ ତୀକ୍ଷ୍ଣ ନଜର ରଖିଛୁ। ସମସ୍ତ କନସୁଲାର ଏବଂ ଆଇନଗତ ସହାୟତା ପ୍ରଦାନ କରାଯିବ । କତାର କର୍ତ୍ତୃପକ୍ଷଙ୍କ ସହ ଏହି ନିଷ୍ପତ୍ତିକୁ ଆଲୋଚନା ମଧ୍ୟ କରାଯିବ ।

ସୂଚନାନୁଯାୟୀ , ଭାରତୀୟ ନୌସେନାର ଏହି ୮ ଜଣ ପୂର୍ବତନ ଯବାନଙ୍କ ଉପରେ ଅଭିଯୋଗ ରହିଥିଲା ଯେ, ସେମାନେ ସବମରୀନ ପ୍ରୋଗ୍ରାମକୁ ନେଇ ଗୁପ୍ତଚର କାମ କରୁଥିଲେ । ଯେଉଁ ସମୟରେ ସେମାମେ ଧରାପଡିଥିଲେ ଏବଂ କତାର ସରକାର ସେମାନଙ୍କୁ ଜେଲରେ ବନ୍ଦୀ କରି ରଖିଥିଲେ ।

Related posts

‘ସିବିଆଇ’ ଅଫିସ୍‌ରେ ପହଞ୍ଚିଲେ ମମତାଙ୍କ ପୁତୁରା

mahabharatanews

ଦୁଇ ଦିନିଆ ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ 

mahabharatanews

ଅଚାନକ ଘାଟିରୁ ଖସିଗଲା ବସ , ୨୭ ମୃତ

mahabharatanews