ଭାରତ

ପ୍ରବଳ ବର୍ଷା ;ଶିମ୍‌ଲା-ଚଣ୍ଡୀଗଡ଼ ସଡ଼କ ବନ୍ଦ

(ହିମାଞ୍ଚଳ) : ଗତ ୨୪ ଘଣ୍ଟା ଧରି ହିମାଚଳ ପ୍ରଦେଶରେ ଅନର୍ଗଳ ବର୍ଷା ହେଉଥିବାରୁ ପର୍ବତସ୍ଖଳନ ଘଟି ଶିମ୍‌ଲା ଚଣ୍ଡୀଗଡ଼ ସଡ଼କ ସମେତ ଅନେକ ସଡ଼କ ପଥ ଅବରୋଧ ହୋଇଯାଇଛି। ଅତି ପ୍ରବଳ ବର୍ଷା ହେତୁ ହିମାଚଳ ପ୍ରଦେଶର ସୋଲାନ୍‌ ଅନ୍ତର୍ଗତ ଜାଦୋଁ ଗାଁରେ ୭ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୩ଜଣ ନିଖୋଜ ହୋଇଯାଇଥିବା ଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ସୋଲାନ ଅନ୍ତର୍ଗତ କନ୍ଦାଘାଟ ସବ୍‌ଡିଭିଜନ୍‌ ଅଞ୍ଚଳର ଜାଦୋଁ ଗାଁରେ ଅତି ପ୍ରବଳ ଆକସ୍ମିକ ବର୍ଷା ଯୋଗୁଁ ୭ଜଣ ଲୋକ ପ୍ରାଣ ହରାଇଛନ୍ତି, ୫ଜଣଙ୍କୁ ଉଦ୍ଧାର କରାଯାଇଛି ଓ ୩ଜଣ ନିଖୋଜ ହୋଇଯାଇଛନ୍ତି। ଭୀଷଣ ବର୍ଷାରେ ଜାଦୋଁ ଗାଁରେ ୨ଟି ଘର ଓ ଗୋଟିଏ ଗୁହାଳ ଭାସି ଯାଇଛି।

 

Related posts

ପଦ୍ମ ଧରିଲେ ହେମନ୍ତି ସୋରେନଙ୍କ ବୋହୂ

mahabharatanews

ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଲାଲଡୁହୋମା

mahabharatanews

ମୁଖତାର ଅନସାରୀଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟ ଅବସ୍ଥା  

mahabharatanews