ଓଡିଶା

ଆଜିଠୁ କାର୍ତ୍ତିକ ବ୍ରତ; ଶ୍ରୀକ୍ଷେତ୍ରରେ ଗହଳିଚହଳି

(ପୁରୀ) : ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ। ସେଥିପାଇଁ ଶ୍ରୀମନ୍ଦିର ବି ଗହଳିରେ ଭରି ଉଠିଛି। ସବୁ ମାସ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ମାସ ହୋଇଥିବାରୁ ହବିଷ୍ୟାଳୀମାନେ ମାସଟେ ଧରି କାର୍ତ୍ତିକ ବ୍ରତ ପାଳନ କରନ୍ତି। କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହଜାର ହଜାର ହବିଷ୍ୟାଳୀଙ୍କ ଭିଡ଼ ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ , ବ୍ରତଧାରୀ ହବିଷ୍ୟାଳୀମାନେ ମାସେ ଧରି ହବିଷ୍ୟାନ୍ନ ପାଳିବେ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ହଜାର ହଜାର ସଂଖ୍ୟାରେ ହବିଷ୍ୟାଳୀମାନେ ଶ୍ରୀକ୍ଷେତ୍ରରେ ଭିଡ଼ ଲଗାଇଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ସରକାରଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶିବିରରୁ ଶିବିର ବୁଲି ନାକେଦମ ହେଉଛନ୍ତି ବିଭିନ୍ନ ସ୍ଥାନରୁ ଆସିଥିବା ହବଷ୍ୟାଳୀ। ପ୍ରଶାସନ ପକ୍ଷରୁ ମାତ୍ର ୩ ହଜାର ହବିଷ୍ୟାଳୀଙ୍କ ପାଇଁ ବନ୍ଦୋବସ୍ତ କରାଯାଇଛି। କିନ୍ତୁ ଏହାଠାରୁ ଅଧିକ ହବିଷ୍ୟାଳୀ ଆସିଥିବାରୁ ଓ ସେମାନଙ୍କ ନାଁ ପଂଜିକରଣ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

Related posts

ଉଦ୍ୟୋଗି ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

mahabharatanews

ଆସନ୍ତାକାଲି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା 

mahabharatanews

ଫିଫା ଅଣ୍ଡର 17 ମହିଳା ବିଶ୍ବକପ

mahabharatanews