ଓଡିଶା

ବଢିବ ଶୀତ; ଭୁବନେଶ୍ବର ତାପମାତ୍ରାରେ ୧୯.୭ ଡିଗ୍ରି ରେକର୍ଡ 

(ଭୁବନେଶ୍ୱର) : ଧୀରେ ଧୀରେ ବଢୁଛି ଶୀତ । ଚଳିତ ଅକ୍ଟୋବରରେ ପ୍ରଥମ ଥର ପାଇଁ ୨୦ ଡିଗ୍ରି ତଳକୁ ଖସିଛି ରାଜଧାନୀର ରାତି ତାପମାତ୍ରା। ଗତକାଲି ରାତିରେ ରାଜଧାନୀ ଭୁବନେଶ୍ବର ତାପମାତ୍ରା ୧୯.୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକର ରାତି ତାପମାତ୍ରା ୨୦.୨ ଡିଗ୍ରି ରହିଥିଲା। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ୧୩ ‌ଡିଗ୍ରିକୁ ଖସିଥିବା ବେଳେ ଫୁଲବାଣୀ ଓ ଜି. ଉଦୟଗିରିରେ ୧୩ ଡିଗ୍ରି, କୋରାପୁଟରେ ୧୩.୮ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରି ରାତି ତାପମାତ୍ରା ରହିଥିଲା।

ସୂଚନାନୁଯାୟୀ ,  ଏଥିସହ କଳାହାଣ୍ଡି, କୋରାପୁଟ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟମରୁ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।  ତେବେ ଆସନ୍ତାକାଲି ସୋମବାର ରାତିଠାରୁ ପାଗରେ ପରିବର୍ତ୍ତନ ଆସିବ। ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ିବ। ଆକଳନ କରାଯାଉଛି, ନଭେମ୍ବର ୫ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରି ବଢ଼ିବ।

Related posts

ସହିଦ ସପ୍ତାହ: ଜବତ ହେଲା ମାଓ ବ୍ୟାନର

mahabharatanews

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews

ଶିକ୍ଷକ ଓ ବିଭିନ୍ନ ମହିଳା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

mahabharatanews