ଓଡିଶା

କଟକ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ

କଟକ: କଟକ ରେଳ ଷ୍ଟେସନକୁ ରହିଛି ଭୟଙ୍କର ବିପଦ । ହୋଇପାରେ ଆତଙ୍କବାଦୀ ଗୋଷ୍ଠୀଙ୍କ ଆକ୍ରମଣ । ସେଥିପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି କଟକ କମିଶନରେଟ ପୋଲିସ । ଆକ୍ରମଣକୁ ସାମନା କରିବା ପାଇଁ ତୟାର ହେଉଛି ଓଡିଶା ପୋଲିସ । ନେଇଛି ଏକ ବଡ ନିଷ୍ପତ୍ତି ।


କଟକ ରେଳ ଷ୍ଟେସନରେ ଆକ୍ରମଣ ଆଶଙ୍କାକୁ ନଜରରେ ରଖି କମିଶନରେଟ ପୋଲିସ ଏକ ବଡ ନିଷ୍ପତ୍ତି ନେଇଛି । ଷ୍ଟେସନରେ ମକଡ୍ରିଲ କରିବ ପୋଲିସ । ଡିସିପି କାର୍ଯ୍ୟାଳୟରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏଥିରେ ଆରପିଏଫ୍, ଜିଆରିପି, ମାଲଗୋଦାମ୍ ଥାନା, ଚନ୍ଦକା ଏସଓଜିର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ। ଭୁବନେଶ୍ୱର ପରେ ବୁଧବାର କଟକ ରେଳ ଷ୍ଟେସନରେ ଆକ୍ରମଣ ରୋକିବା ପାଇଁ ହେବ ମକ ଡ୍ରିଲ ।

Mock Drill Of Terrorist Attack Held At Bhubaneswar Railway Station -  Pragativadi
ରାଜ୍ୟର ବମ ସ୍କ୍ୱାର୍ଡ, ଡାକ୍ତରୀ ଟିମ ଏବଂ ଡଗ ସ୍କ୍ୱାର୍ଡ ସାମିଲ ରହିବେ । ଆତଙ୍କବାଦୀ ଆକ୍ରମଣ କଲେ କିପରି ଏହାକୁ ସାମନା କରିବେ, ଯାତ୍ରୀଭ୍କୁ କିପରି ଷ୍ଟେସନ ବାହାରକୁ ନେବେ ଏବଂ ଆହତମାନଙ୍କ ପାଇଁ ହସ୍ପିଟାଲର ବ୍ୟବସ୍ଥା କରିବେ ସେ ନେଇ ଏହି ମକଡ୍ରିଲରେ ପ୍ରଶିକ୍ଷଣ ଦିଆଯିବ । ମକ୍ ଡ୍ରିଲରେ ଏସଓଜି ସମେତ ଜିଆରପି, ଆରପିଏଫ୍, ମାଲଗୋଦାମ ଥାନା ପୁଲିସ, ଜୋନ୍ ୧ ଏସିପି ଅଫିସର ପୁଲିସ, ମଧୁପାଟଣା ଟ୍ରାଫିକ ଥାନା, ଏବ˚ କଟକ ଅଗ୍ନିଶମ କର୍ମଚାରୀ ସାମିଲ ହେବେ।

Related posts

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା…

mahabharatanews

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକଙ୍କ ମରୁଡ଼ି, ଫାଙ୍କା ପଡ଼ିଛି ୬ ଭାଗରୁ ୫ ଭାଗ ପ୍ରିନ୍ସିପାଲ ପଦବୀ

mahabharatanews

‘ଦକ୍ଷତା ବୃଦ୍ଧି ମାନପତ୍ର ଚାକିରି କ୍ଷେତ୍ରରେ ସୁବିଧା ଆଣିଦେବ’

mahabharatanews