ଓଡିଶା

 ପୁରୀରେ ପହଞ୍ଚିଲେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ

(ପୁରୀ) : ପୁରୀରେ ପହଞ୍ଚିଲେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ପୁରୁଷୋତ୍ତମ ଏକ୍ସପ୍ରେସରେ ଆସି ଭୋରରେ ପୁରୀରେ ପହଞ୍ଚିଛନ୍ତି।  ଆସନ୍ତା ୩୧ ତାରିଖରେ (ମଙ୍ଗଳବାର) ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ଏଥିପାଇଁ ଓଡ଼ିଶା ରାଜଭବନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।

 

ସୂଚନାନୁଯାୟୀ , ମଙ୍ଗଳବାର ସକାଳ ୮ଟା ୪୫ରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯିବେ। ସେଠାରେ ବି ପ୍ରାୟ ୧ଘଣ୍ଟା କାଳ ପୂଜାର୍ଚ୍ଚନା କରିବା ପରେ ରାଜଭବନ ଅଭିମୁଖେ ଫେରିବେ। ଏହାପରେ ପୂର୍ବାହ୍ନ ୧୧ଟା ୪୫ରେ ରାଜଭବନର ନୂଆ ହଲ୍‌ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ନୂଆ ରାଜ୍ୟପାଳ ତାଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସାଙ୍ଗରେ ପ୍ରାୟ ୮୦ଜଣ ବନ୍ଧୁ ଓ ପରିବାରବର୍ଗଙ୍କୁ ଆଣୁଛନ୍ତି। ସମସ୍ତେ ଟ୍ରେନ୍‌ରେ ଏକସଙ୍ଗେ ଝାଡ଼ଖଣ୍ଡରୁ ପୁରୀ ଆସିବେ। ରାଜ୍ୟପାଳଙ୍କୁ ଜେଡ୍‌+ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି।

Related posts

ନେତାଜୀ ଜୟନ୍ତୀ ଅବସରରେ ହସ୍ତାକ୍ଷର ପ୍ରତିଯୋଗିତା

mahabharatanews

ବଢୁଛି ତାତି ; ଷଷ୍ଠ ସ୍ଥାନରେ ଭୁବନେଶ୍ୱର

mahabharatanews

ପାଟଣାଗଡ: ଦୁଇ ପୃଥକ ସ୍ଥାନରେ ଦୁର୍ଘଟଣା, ୨ ମୃତ

mahabharatanews