ଓଡିଶା

ଶେଷ ପର୍ଯ୍ୟାୟରେ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା 

(ଭୁବନେଶ୍ୱର) : ରାଜ୍ୟରେ ସରକାରୀ ହାଇସ୍କୁଲମାନଙ୍କରେ ଖାଲି ଥିବା ୭୫୪୦ ଶିକ୍ଷକ ପଦବୀ ପୂରଣ ହେବ । ଏ ନେଇ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଉକ୍ତ ଚୟନ ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ପୂର୍ବରୁ ବିଭିନ୍ନ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କର ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା OSSC ଅଫିସ ତଥା ସମଗ୍ର ରାଜ୍ୟର ୩୦ ଗୋଟି ଜିଲ୍ଲାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଜାରି ରହିଛି ।

 

ସୂଚନାନୁଯାୟୀ , ବିଭିନ୍ନ ବର୍ଗର TGT PCM,TGT CBZ , ARTS, HINDI, SANSKRIT, URDU, TELUGU ଓ PET ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ମାଧ୍ୟମରେ ଚୟନ ପ୍ରକ୍ରିୟା ଜାରି ରହିଛି । କ୍ତ ଯାଞ୍ଚ ପ୍ରକ୍ରିୟାକୁ ସ୍ୱଚ୍ଛତା ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାଞ୍ଚ ସମୟରେ ଯଦି କୌଣସି ଶଙ୍କା ଉପୁଜେ ତେବେ ତାହାକୁ ଦୂରୀଭୂତ କରିବା ପାଇଁ ossc ଅଫିସ ତଥା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଏକ ସହାୟତା କେନ୍ଦ୍ର ଖୋଲାଯାଇଅଛି ।

Related posts

ଓଡିଆ ଘରର ଠାଣୀ, ଓଡିଆ ଘରର କାହାଣୀ, ଓଡିଆଙ୍କୁ ପସନ୍ଦ ମାଛ ତରକାରୀ

mahabharatanews

‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ ଏବ ନୂତନ ଶୀତବସ୍ତ୍ର ବଣ୍ଟନ

mahabharatanews

ନିଜ ଛୁଆକୁ କୁଅକୁ ଠେଲିଲା ମାଆ ! ନିଜର ଆତ୍ମହତ୍ୟା ଉଦ୍ୟମ

mahabharatanews