(ଭୁବନେଶ୍ୱର) : ରାଜ୍ୟରେ ସରକାରୀ ହାଇସ୍କୁଲମାନଙ୍କରେ ଖାଲି ଥିବା ୭୫୪୦ ଶିକ୍ଷକ ପଦବୀ ପୂରଣ ହେବ । ଏ ନେଇ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଉକ୍ତ ଚୟନ ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ପୂର୍ବରୁ ବିଭିନ୍ନ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କର ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା OSSC ଅଫିସ ତଥା ସମଗ୍ର ରାଜ୍ୟର ୩୦ ଗୋଟି ଜିଲ୍ଲାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଜାରି ରହିଛି ।
ସୂଚନାନୁଯାୟୀ , ବିଭିନ୍ନ ବର୍ଗର TGT PCM,TGT CBZ , ARTS, HINDI, SANSKRIT, URDU, TELUGU ଓ PET ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ମାଧ୍ୟମରେ ଚୟନ ପ୍ରକ୍ରିୟା ଜାରି ରହିଛି । କ୍ତ ଯାଞ୍ଚ ପ୍ରକ୍ରିୟାକୁ ସ୍ୱଚ୍ଛତା ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାଞ୍ଚ ସମୟରେ ଯଦି କୌଣସି ଶଙ୍କା ଉପୁଜେ ତେବେ ତାହାକୁ ଦୂରୀଭୂତ କରିବା ପାଇଁ ossc ଅଫିସ ତଥା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଏକ ସହାୟତା କେନ୍ଦ୍ର ଖୋଲାଯାଇଅଛି ।
