ଓଡିଶା

ଜୟପୁରକୁ ଉଡିବ ଦ୍ୱିତୀୟ ବିମାନ

(ଭୁବନେଶ୍ୱର) : ଭୁବନେଶ୍ୱର ରୁ ଜୟପୁରକୁ ଉଡିବ ଦ୍ୱିତୀୟ ବିମାନ । ନଭେମ୍ବର ୬ ତାରିଖରୁ ଆରମ୍ଭ ହେବ ଦ୍ୱିତୀୟ ବିମାନ ସେଵା । ତେବେ ଏହା ସପ୍ତାହକୁ ଦୁଇ ଦିନ ଭରିବ ଉଡ଼ାଣ । ସୋମବାର ଓ ଶୁକ୍ରବାର ଦିନ ମିଳିବ ବିମାନ ସେବା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିମାନ ସେବା ଯୋଗାଉଥିବା ସଂସ୍ଥା ଇଣ୍ଡିଆ ୱାନ୍ ଏୟାର ।

ସୂଚନାନୁଯାୟୀ , ପ୍ରାରମ୍ଭିକ ଅଫରରେ ମାତ୍ର ୨୯୯୯ ଟଙ୍କାରେ ଯାତ୍ରା କରି ପାରିବେ ଯାତ୍ରୀ । ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଏହି ବିମାନ ଚାଲିବ । ଏ ନେଇ ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଏହି ବିମାନ ଭୁବନେଶ୍ୱରରୁ ସକାଳ ୭.୧୦ ମିନିଟରେ ବାହାରି ଜୟପୁରରେ ୮.୪୫ ମିନିଟରେ ପହଞ୍ଚିବ । ସେହିପରି ଜୟପୁରରୁ ସକାଳ ୯  ଟାରେ ବାହାରି ଭୁବନେଶ୍ୱରରେ ୧୦ .୩୫  ମିନିଟରେ ପହଞ୍ଚିବ । ଏହି ବିମାନ ସେବା ଯୋଗାଇବାରେ ଆର୍ଥିକ ଭାବରେ ରାଜ୍ୟ ସରକାର ସହଯୋଗ କରିବେ ।

Related posts

କାମଧନ୍ଦା ନପାଇ ଭୋକ ଉପାସରେ ଜବକାର୍ଡଧାରୀ, ସଫେଇ କାମ କରୁଛି ଜେସିବି

mahabharatanews

୨୬ରୁ ଆଦିବାସୀ ମେଳା

mahabharatanews

ପୁଣି ଓଲଟିଲା ଯାତ୍ରୀବାହୀ ବସ, ୧୪ ଗୁରୁତର  

mahabharatanews