ଓଡିଶା

ସୁରତ, ଡେରାଡୁନ, ଚଣ୍ଡିଗଡ଼ ଓ ଜମ୍ମୁକୁ ନୂଆ ବିମାନ

(ଭୁବନେଶ୍ୱର) : ଖୁବ୍ ଶୀଘ୍ର ସୁରତ, ଡେରାଡୁନ, ଚଣ୍ଡିଗଡ଼ ଓ ଜମ୍ମୁକୁ ନୂଆ ବିମାନ ଚଳାଚଳ କରିବ। ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା ସୁରତ ପାଇଁ ସ୍ଳଟ ଦେବାକୁ ଏୟାରଲାଇନ୍ସକୁ କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦର ୨୧ଟି ସହରକୁ କନେକ୍ଟ କରିଛି। ନୂଆ ରୂପ ନେଲା ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର। ଏନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।

 

ସେ କହିଛନ୍ତି, ନୂଆ ବର୍ଷ ପୂର୍ବରୁ ନୂଆ ଟର୍ମିନାଲ ଲିଙ୍କ ବିଲଡିଂ କାର୍ଯ୍ୟ  କରିବ। ସିକ୍ୟୁରିଟି କ୍ଳିୟରାନ୍ସ ପାଇଁ ଆବେଦନ କରାଯାଇଛି। କ୍ଳିୟରାନ୍ସ ମିଳିବା ପରେ ଏସଓପି ପ୍ରସ୍ତୁତ ହେବ। ସମସ୍ତ ଷ୍ଟେକହୋଲ୍ଡରଙ୍କ ସହ ଆଲୋଚନା ପରେ କାମ କରିବ ଟର୍ମିନାଲ। ଏନେଇ ସିଆଇଏସଏଫ, କଷ୍ଟମ, ଏୟାରଲାଇନ୍ସ, ଇନିଗେସନ୍ ସହ ବୈଠକ ଅନୁଷ୍ଠିତ ହେବ। ବର୍ତ୍ତମାନ ବିମାନ ବନ୍ଦରର ନୂଆ ଟର୍ମିନାଲ ଲିଙ୍କ ବିଲ୍ଡିଂ କାମ ଶେଷ ହୋଇଛି।

Related posts

ଦୁର୍ବୁତଙ୍କ ଗୁଣ୍ଡାରାଜ ପ୍ରତିବାଦରେ ଏସପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

mahabharatanews

ସୁଙ୍ଗୁଡ଼ା ଗ୍ରାମ୍ୟ ରାସ୍ତା ଆଲୋକିକରଣ ଉଦ୍ଘାଟିତ

mahabharatanews

ଆସନ୍ତାକାଲି ହେବ କୋଟିଆ ପ୍ରସଙ୍ଗରେ ଶୁଣାଣି

mahabharatanews