ଓଡିଶା

ମଣିଷଖିଆ ବାଘର ଉତ୍ପାତ ,ନାବାଳକ ପରେ ଏବେ ମହିଳାଙ୍କ ପାଳି   

(ନୂଆପଡ଼ା) : ଉତ୍ପାତ ହେଉଛି ମଣିଷଖିଆ ବାଘ । ମଣିଷଙ୍କୁ ଦେଖିଲେ ଜଙ୍ଗଲକୁ ଟାଣି ନେଇ ଖାଇଦେଉଛି । ଗତ ୫ ଦିନ ମଧ୍ୟରେ ଦୁଇ ଜଣଙ୍କୁ ମାରିସାରିଲାଣି ଏହି ବାଘ । ନାବାଳକଙ୍କ ପରେ ଏବେ ଜଣେ ମହିଳାଙ୍କୁ ଟାଣି ନେଇ ମାରିଦେଇଛି । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟ ସିରିଆରିବାହାର ଗ୍ରାମରେ ।

ସୂଚନାନୁଯାୟୀ , ମୃତ ମହିଳା ଜଣକ ହେଲେ ରାମେଶ୍ରୀ ମାଝୀ । ଗତକାଲି ସେ ଶୌଚ ହେବା ଲାଗି ଘର ବାହାରକୁ ଯାଇଥିବା ବେଳଏ ବାଘ ଟାଣିନେଇଥିବା ଜଣାଯାଇଛି । ଘରଲୋକେ ତାଙ୍କୁ ଖୋଜି ବି ପାଇନଥିଲେ । ଆଜି ସକାଳେ ରାମେଶ୍ରୀଙ୍କୁ ବାଘ ଖାଉଥିବାର ‌ଦେଖିବାକୁ ପାଇଥିଲେ । ଲୋକେ ବାଘକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ହେଲେ ବାଘ ପାଲଟା ସେମାନଙ୍କୁ ଆକ୍ରମଣ କରିବାରୁ ସେମାନେ ଭୟରେ ପଳାଇ ଆସିଥିଲେ ।

Related posts

ଆସନ୍ତା ୨୪ ଘଣ୍ଟାରେ ଓଡିଶା ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

mahabharatanews

ଆସନ୍ତା ୨ ଓ ୩ତାରିଖରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା 

mahabharatanews

ଆସନ୍ତାକାଲିଠୁ ବସ୍ ମାଲିକ ସଂଘର ପ୍ରତିବାଦ 

mahabharatanews