ଭାରତ

ଗିରଫ ହେଲେ ଆପ ନେତା ବିଧାୟକ ଯଶବନ୍ତ ସିଂହ

(ପଞ୍ଜାବ): ଗିରଫ ହେଲେ ଆପ ନେତା   । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଞ୍ଜାବର ଅମରଗଡ଼ରୁ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଯଶବନ୍ତ ସିଂହ ଗଜ୍ଜନ ମାଜରାଙ୍କୁ ବେଆଇନ ଅର୍ଥ କାରବାର ନିବାରଣ ଆଇନ (ପିଏମ୍ଏଲ୍ଏ) ମାମଲାରେ ସୋମବାର ଗିରଫ କରିଛି। ସେ ଏକ ସାଧାରଣ ସଭାରେ ଯୋଗ ଦେଉଥିବା ବେଳେ ଇଡି ତାଙ୍କୁ ଗିରଫ କରିଥିଲା ।

ସୂଚନାନୁଯାୟୀ ,  ବେଆଇନ ଅର୍ଥ କାରବାର ମାମଲାରେ ଗଜ୍ଜନ ମାଜରାଙ୍କୁ ୪ ଥର ସମନ କରାଯାଇଥିଲେ ବି ସେ ହାଜର ହେଉନଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା । ସୋମବାର ସନ୍ଧ୍ୟାରେ ତାଙ୍କୁ ମୋହାଲି କୋର୍ଟରେ ହାଜର କରାଯିବ। ସୋମବାର ସକାଳେ ମାଲେରକୋଟଲା ଜିଲ୍ଲାର ଅମରଗଡ଼ଠାରେ ଆପ୍ କର୍ମୀଙ୍କ ଏକ ବୈଠକକୁ ସମ୍ବୋଧିତ କରୁଥିବା ବେଳେ ଜଳନ୍ଧର ଇଡି ଟିମ୍ ଗଜ୍ଜନ ମାଜରାଙ୍କୁ ଅଟକ ରଖିଥିଲା।

Related posts

କଂଗ୍ରେସର ଏହି ଅଭିଯୋଗ ବିଚାରାଧୀନ ରହିଛି

mahabharatanews

ବିଗିଡିଲା ଆତିଶୀଙ୍କ ସ୍ୱାସ୍ଥ୍ୟବସ୍ଥା

mahabharatanews

ଯଦି ହିନ୍ଦୁ ବଞ୍ଚିବେ ନାହିଁ ତେବେ ବିଶ୍ବ ବଞ୍ଚିବ ନାହିଁ- ମୋହନ ଭାଗବତ

mahabharatanews