ଭାରତ

ଆଜି ଭାରତ ଆସୁଛନ୍ତି ନେପାଳର ପ୍ରଧାନମନ୍ତ୍ରୀ 

(ଦିଲ୍ଲୀ) :  ଆଜିଠାରୁ ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ  । ଗତ ବର୍ଷ ଡିସେମ୍ବର ମାସରେ ଦହଲ ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ମେ ୩୧ ରୁ ଜୁନ୍ ୩  ପର୍ଯ୍ୟନ୍ତ ଭାରତରେ ରହିବେ । ଦହଲଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିମନ୍ତ୍ରଣ କରିଛନ୍ତି ।

ସୂଚନାନୁଯାୟୀ , ନେପାଳର ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନ 2.୫୦ରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବେ । ଗୁରୁବାର ସକାଳ ୧୦.୩୦ ରେ ରାଜଘାଟକୁ ଯାଇ ଫୁଲ ଅର୍ପଣ କରି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ   ନେପାଳର ପ୍ରଧାନମନ୍ତ୍ରୀ ଆଜି ଅନେକ ବୈଠକରେ ଅଂଶଗ୍ରହଣ କରିବେ । ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବେ । ଏହି ସମୟ ମଧ୍ୟରେ, ଦହଲ ମଧ୍ୟ ଭାରତ ସହିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷର କରିବେ ଏବଂ ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ଏକ ବିବୃତ୍ତି ଦେବେ ।

Related posts

KBK ମଡେଲ୍ ରେ ପଦ୍ମପୁର ଉପଖଣ୍ଡ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବି

mahabharatanews

‘ମତେ ନୋବେଲ ପୁରସ୍କାର ମିଳିବା ଦରକାର’ :ଅରବିନ୍ଦ କେଜ୍ରିୱାଲ 

mahabharatanews

ଏୟାର ମାର୍ଶାଲ ମାନବେନ୍ଦର ସିଂହ କରିବେ ହେଲି ଦୁର୍ଘଟଣାର ତଦନ୍ତ

mahabharatanews