ଓଡିଶା

ବାଣ ଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ

(ଭୁବନେଶ୍ୱର) :  ଦୀପାବଳି ପାଇଁ ବାଣ ଦୋକାନୀଙ୍କ ପାଇଁ ଜାରି ହେଲା ସ୍ୱତନ୍ତ୍ର ଗାଇଡଲାଇନ୍ । ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ସ୍ଥାୟୀ ଏବଂ ଆସ୍ଥାୟୀ ବାଣ ଦୋକାନ ପାଇଁ ଅଲଗା ଅଲଗା ଗାଇଡ୍ ଲାଇନ ଜାରି କରାଯାଇଛି ।

ସୂଚନାନୁଯାୟୀ , ବାଣ ବିକ୍ରି କରୁଥିବା ଆସ୍ଥାୟୀ ଦୋକାନ ଗୁଡିକ ପରସ୍ପରଠାରୁ ଅତି କମରେ ୧୦ ଫୁଟ୍ ଏବଂ କୌଣସି ସୁରକ୍ଷିତ କାର୍ଯ୍ୟସ୍ଥଳ ଠାରୁ ୧୫୦ ଫୁଟ୍ ଦୂପତାରେ ରହିବ । ଦୋକାନ ଗୁ଼ଡିକ ମୁହାଁମୁହିଁ ହୋଇପାରିବ ନାହିଁ । ଦୋକାନ ପାଖରେ ତେଲ ଦୀପ, ଗ୍ୟାସ୍ ଦୀପ, ଖୋଲା ଲାଇଟର ବ୍ୟବହାର କରାଯାଇ ପାରିବ ନାହିଁ । କୌଣସି ଦୋକାନର ୫୦ ମିଟର ଦୂରତା ମଧ୍ୟରେ ବାଣ ପ୍ରଦର୍ଶନ ନିଷିଦ୍ଧ ଅଟେ । ସେହିପରି ଗୋଟିଏ ସ୍ଥାନରେ ୫୦ରୁ ଅଧିକ ଦୋକାନ ରବିପାରିବ ନାହିଁ । କେବଳ ସ୍ୱୀକୃତିପ୍ରାପ୍ତ ଆବେଦନକାରୀ ବାଣ ବିକ୍ରି କରିପାରିବେ । ଅନ୍ୟପକ୍ଷରେ ସ୍ଥାୟୀ ବାଣ ଦୋକାନ ଗୁଡ଼ିକ ଇଟା, ପଥର, କଂକ୍ରିଟରେ ନିର୍ମିତ ହେବା ଉଚିତ୍ । ଦୋକାନ ମଧ୍ୟରେ ଅଧିକ ବ୍ୟକ୍ତି ପ୍ରବେଶକୁ ବାରଣ କରାଯାଇଛି ।

Related posts

ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି 

mahabharatanews

ବିଜେଡିରେ ମିଶିଲେ କବିସୂର୍ୟ୍ୟନଗରର ବିଜେପି ଓ କଂଗ୍ରେସ କର୍ମୀ

mahabharatanews

ବିନା ଟେଣ୍ଡରରେ କୋଟିକୋଟି ଟଙ୍କା ଚଳୁକରିବାକୁ ମସୁଧା

mahabharatanews