ଓଡିଶା

ଅଚାନକ ଫେରିଗଲା ଦିଲ୍ଲୀରୁ ଝାରସୁଗୁଡ଼ା ଆସୁଥିବା ବିମାନ

(ଭୁବନେଶ୍ୱର) : ଅଚାନକ ଆକାଶମାର୍ଗରୁ ଫେରିଗଲା ଦିଲ୍ଲୀରୁ ଝାରସୁଗୁଡ଼ା ଆସୁଥିବା ବିମାନ । ଦିଲ୍ଲୀ-ଝାରସୁଗୁଡ଼ା ସ୍ପାଇସଜେଟ୍ ବିମାନ ଅଧାରାସ୍ତାରୁ ଫେରିଯାଇଛି । ବିମାନର ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଫେରି ଯାଇଛି ବିମାନ । ଏ ନେଇ ଝାରସୁଗୁଡ଼ା ଏୟାରପୋର୍ଟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଏହି ବିମାନ ଦିନ ୩ଟା ୨୦ ମିନିଟ୍‌ ସମୟରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଁଞ୍ଚିବାର ଥିଲା। ହେଲେ ଆସି ନଥିଲା ବିମାନ । ବୈଷୟିକ ତ୍ରୁଟି ଓ ମେଡିକାଲ ସମସ୍ୟା ଦର୍ଶାଇ ଅଧାରୁ ଆକାଶମାର୍ଗରୁ ଫେରି ଯାଇଛି ବିମାନ । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରୁ ଯାତ୍ରୀଙ୍କୁ ନେଇ ଫେରିନଥିବାବେଳେ ଏପଟେ ଝାରସୁଗୁଡ଼ାରୁ ଦିଲ୍ଲୀ ଯିବାକୁ ଅପେକ୍ଷାରେ ଅଛନ୍ତି ଯାତ୍ରୀ । ତେବେ ବିମାନ ଫେରିଯିବା ହେତୁ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିିଛି ।

Related posts

ଘନେଇବାରେ ଲାଗିଛି ଡେଙ୍ଗୁ ; ୨୪ଘଣ୍ଟାରେ ଖୋର୍ଦ୍ଧାରୁ ୧୭ ଆକ୍ରାନ୍ତ  ଚିହ୍ନଟ 

mahabharatanews

ଆଜି ମକରଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

mahabharatanews

ଏକ୍ସପ୍ରେସ ଟ୍ରେନ୍‌ରେ ଧୂଆଁ, ଡରିଲେ ଯାତ୍ରୀ

mahabharatanews