ଓଡିଶା

ଆସୁଛନ୍ତି ମା’ ଦକ୍ଷିଣକାଳୀ; ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭୂମିକା

(ପୁରୀ)  : ମା’ ମହାକାଳୀଙ୍କୁ ଆବାହନ ପାଇଁ ସଜେଇ ହେଉଛି ଗାଁ ଠୁ ସହର । ସ୍ବତନ୍ତ୍ର ପୂଜା ସହ ମା’ଙ୍କୁ ମହାକାଳୀ ବେଶରେ ଦର୍ଶନ କରି ଆଶିଷ ନେବା ପାଇଁ ଭକ୍ତ ବ୍ୟାକୁଳ ହୋଇପଡିଲେଣି । ଶ୍ରୀକ୍ଷେତ୍ରରେ କାଳିକାଦେବୀସାହିରେ ବିରାଜମାନ କରିଥିବା ମା’ ଦକ୍ଷିଣକାଳୀଙ୍କ ପୀଠରେ ଚାଲିଛି ସ୍ବତନ୍ତ୍ର ପ୍ରସ୍ତୁତି। ମା’ ଦକ୍ଷିଣକାଳୀ ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ବୋଲି ବିବେଚନା କରାଯାଏ।

ସୂଚନାନୁଯାୟୀ , ମା’ ଦକ୍ଷିଣକାଳୀ ହେଉଛନ୍ତି ଶ୍ରୀମନ୍ଦିର ରୋଷଘର ମାଲିକ। ସାତପୁରୀ ଅମାବାସ୍ୟା ପୂର୍ବଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ଆସି ମା’ ଦକ୍ଷିଣକାଳୀଙ୍କୁ ଲାଗି ହେଉଥିବା ବେଳେ ମା’ ଦକ୍ଷିଣକାଳୀଙ୍କ ଆଜ୍ଞାମାଳ ଯାଇ ରୋଷଘରେ ଲାଗି ହୁଏ। ମା’ ନିଜେ ମହାଲକ୍ଷ୍ମୀ, ମହାସରସ୍ବତୀ ଓ ମହାକାଳୀ। ମା’ଙ୍କୁ ଯେବେ ଅତୀତରେ ସ୍ଥାନାନ୍ତର କରାଗଲା ରୋଷଘରେ ଚୁଲି ଜଳିଲା ନାହିଁ। ତେଣୁ ମା’ଙ୍କୁ ପୁନର୍ବାର ବିଶେଷ ନୀତିକାନ୍ତି ସହ ଅମ୍ବାଲୁ ଦେଇ ପୂଜାର୍ଚ୍ଚାନ କରାଯିବା ପରେ ଚୁଲି ଜଳିଥିଲା  ।

Related posts

ନୂଆପଡାରେ ଜୟ ଢୋଲକିଆଙ୍କ ବିପୁଳ ଭୋଟରେ ବିଜୟ ଲାଭ

mahabharatanews

ଶ୍ରୀକ୍ଷେତ୍ର ବିମାନ ବନ୍ଦର ; ୨୧ରୁ ଟେଣ୍ଡର ଆବେଦନ ଆରମ୍ଭ

mahabharatanews

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ଦେଲେ ସମାଜସେବୀ

mahabharatanews