(ଉତ୍ତରପ୍ରଦେଶ) : ଏଥର ୨୪ ଲକ୍ଷ ଦୀପରେ ପ୍ରଜ୍ୱଳିତ ହେବ ରାମନଗରୀ ଅଯୋଧ୍ୟାରେ । ଯେଉଁଥି ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହା ପୂ୍ର୍ବରୁ ଏଥର ଦୀପାବଳିକୁ ସୂତନ୍ତ୍ର କରିବା ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଦୀପାବଳି ପାଇଁ ସଜେଇ ହୋଇଛି ପୁରା ସହର । ଖାସ କରି ରାମଙ୍କ ପୀଠ ଓ ଚୌଧୁରୀ ଚରଣ ସିଂହଙ୍କ ଘାଟ ସମେତ ୫୧ଟି ପ୍ରମୁଖ ଘାଟରେ ପ୍ରସ୍ତୁତି କରାଯାଇଛି ।
ସୂଚନାନୁଯାୟୀ, ଏହାସହ ଦୀପୋତ୍ସବରେ ଲେଜର ଲାଇଟ୍ ସୋ’ର ଆୟୋଜନ ମଧ୍ୟ କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଏହି ଦୀପୋତ୍ସବର ଆୟୋଜନ କରାଯାଇଛି । ଏହି କାର୍ଯ୍ୟରେ ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ସାମିଲ ହୋଇଛନ୍ତି ଗତ ଥର ପରି ଏଥର ମଧ୍ୟ ଦୀରୋତ୍ସବ ପୁଣି ରେକର୍ଡ କରିବ । ଦୀପାବଳିରେ ପ୍ରାୟ ୧୮ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହୋଇଥିଲା ଅଯୋଧ୍ୟା ଯେଉଁଥି ପାଇଁ ୨.୦୫କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ।
