(ପୁରୀ) : ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଏବଂ ରତ୍ନଭଣ୍ଡାର ଖୋଲିବା ଦାବିରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ ପରେ ପରେ ଏବେ କରିବ ତୁଳସୀ ଯାତ୍ରା । ଡିସେମ୍ବର ପହିଲାରୁ କଂଗ୍ରେସ ସାରା ରାଜ୍ୟରେ କରିବ ‘ତୁଳସୀ ଯାତ୍ରା’ । ଏନେଇ ପ୍ରେସମିଟରେ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ସୂଚନାନୁଯାୟୀ , ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଏବଂ ରତ୍ନଭଣ୍ଡାର ଖୋଲିବା ଦାବିରେ ସବୁ ପଞ୍ଚାୟତରୁ ତୁଳସୀ ଆସି ପୁରୀ ବଡଦାଣ୍ଡରେ ପହଞ୍ଚିବ । ଶ୍ରୀମନ୍ଦିରର ୪ଦ୍ୱାର ଖୋଲିବା, ରତ୍ନଭଣ୍ଡାରର ମରାମତି ଓ ରତ୍ନ ଅଳଙ୍କାର ଗଣନା, ଅମୃତମଣୋହୀ ଜମି ଫେରସ୍ତ ଆଣିବା ଆଦି ଦାବିରେ କଂଗ୍ରେସ ‘ତୁଳସୀ ଯାତ୍ରା’ ଆରମ୍ଭ କରିବ । ପ୍ରତ୍ୟେକ ଗାଁ ଓ ପଞ୍ଚାୟତରୁ କର୍ମୀମାନେ ତୁଳସୀ ସଂଗ୍ରହ କରିବେ । ରାଜ୍ୟର ୩୧୪ ବ୍ଲକ୍ରୁ ତୁଳସୀ ପତ୍ର ସଂଗ୍ରହ କରାଯିବ ।