ମନୋରଞ୍ଜନ

ବଲିଉଡରେ ଚାଲିଛି ପୁରୁଣା ଶାଢ଼ି ଟ୍ରେଣ୍ଡ 

(ମୁମ୍ବାଇ) : ବଲିଉଡରେ ଚାଲିଛି  ପୁରୁଣା ଶାଢ଼ି ଟ୍ରେଣ୍ଡ । ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପରେ ବର୍ତ୍ତମାନ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ୍‌ ତାଙ୍କ ପୁରୁଣା ଶାଢ଼ିକୁ ଆଉ ଥରେ ପିନ୍ଧିଛନ୍ତି। ସୁସ୍ମିତା ନଭେମ୍ବର ୧୧ରେ ଶିଳ୍ପା ସେଟ୍ଟୀଙ୍କ ଦୀପାବଳି ପାର୍ଟିରେ ପହଞ୍ଚିଥିଲେ। ଏହି ସମୟରେ ସେ ୧୯ବର୍ଷ ପୁରୁଣା ଶାଢ଼ି ପିନ୍ଧିଥିବା ଦେଖାଯାଇଥିଲା। ସୁସ୍ମିତାଙ୍କ ସହ ତାଙ୍କ ଝିଅ ରେନେ ସେନ୍ ଓ ପ୍ରେମିକ ରୋହମନ ଶୌଲ ମଧ୍ୟ  ନଜର ଆସିଥିଲେ।

 

ସୂଚନାନୁଯାୟୀ , ତେବେ ସୁସ୍ମିତା ୧୯ବର୍ଷ ପୂର୍ବେ କରଣଙ୍କ ସୋ’ କଫି ଉଇଥ୍ କରଣ ସିଜିନ ୧ରେ ଅତିଥି ଭାବେ ନଜର ଆସିଥିଲେ। ଏହି ସମୟରେ ଅଭିନେତ୍ରୀ, ସଞ୍ଜୟ ଦତ୍ତଙ୍କ ସହ ସୋ’ରେ ପହଞ୍ଚିଥିବା ବେଳେ ଏହି ଶାଢ଼ି ପିନ୍ଧିଥିଲେ। ଶାଢ଼ି ସମାନ ପିନ୍ଧିଥିଲେ ବି ସୁସ୍ମିତା ବ୍ଲାଉଜ ଓ ଗହଣା ଅଲଗା ରଖିଥିବା ଦେଖାଯାଇଛି। ତେବେ ବ୍ରେକଅପ ହୋଇଥିବା ନେଇ ଘୋଷଣା କରିବା ପରେ ବି ସୁସ୍ମିତା, ‌ରୋହମନଙ୍କ ସହ ଅନେକ ସ୍ଥାନରେ ନଜର ଆସୁଛନ୍ତି। କିଛି ଦିନ ତଳେ ଚର୍ଚ୍ଚା ହୋଇଥିଲା ଯେ, ଦୁହେଁ ପୁଣି ଥରେ ପରସ୍ପରକୁ ଡେଟ କରିବା ଆରମ୍ଭ କରିଛନ୍ତି।

Related posts

ସରିଲା ନିର୍ବନ୍ଧ

mahabharatanews

ସରିଲା ଅଭିନେତା ପୁଲକିତ ଓ କ୍ରିତିଙ୍କ ନିର୍ବନ୍ଧ

mahabharatanews

୭୦କୋଟିର ଘର କିଣି ଚର୍ଚ୍ଚାରେ ବଲିଉଡ ଅଭିନେତା ଜନ୍ ଆବ୍ରାହମ୍

mahabharatanews