ମନୋରଞ୍ଜନ

ମାଳଦ୍ଵୀପରୁ ବିପାଶା ସେୟାର କଲେ ରୋମାଣ୍ଟିକ ଫୋଟୋ

(ମୁମ୍ବାଇ) : ବଲିଉଡ୍‌ର ଚର୍ଚିତ ଅଭିନେତ୍ରୀ ବିପାଶା ବସୁ ମାଲଦୀପରେ ସ୍ବାମୀ ଓ ଝିଅ ସହ ସମୟ ବିତାଉଥିବାର ଦୃଶ୍ୟ ବେଶ ସମସ୍ତଙ୍କୁ ପସନ୍ଦ ଆସିଛି । ଅଭିନେତ୍ରୀ ଛୁଟିକୁ ଉପଭୋଗ କରୁଥିବା ବେଳେ ତାଙ୍କ ପ୍ରଶଂସକମାନଙ୍କ ସହ ଲଗାତର ଭାବେ ଫଟୋ ଓ ଭିଡିଓ ସେୟାର୍‌ କରି ଚାଲିଛନ୍ତି।

ବିପାଶା ପୁଲ୍‌ ଭିତରେ ଏକ ନାଲି ରଂଗର ମୋନୋକନି ପିନ୍ଧି ରୋମାନ୍ସ କରୁଥିବାର ନଜର ଆସିଛନ୍ତି। ବିପାଶାଙ୍କ କୋଳରେ ତାଙ୍କର ୧ ବର୍ଷର ଝିଅ ଦେବୀ ବି ଦେଖିବାକୁ ମିଳିଛି। ବିପାଶା ତାଙ୍କ ଝିଅକୁ କାଖରେ ଧରି ସ୍ବାମୀଙ୍କ ଓଠ‌ରେ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି। ମାଲଦୀପର ଏକ ଭିଡିଓରେ ୪୪ ବର୍ଷୀୟା ଅଭିନେତ୍ରୀ ବିପାଶା ଏକ ପୁଲରେ ସ୍ବାମୀ କରଣ ସିଂହ ଗ୍ରୋଭରଙ୍କ ସହ ରୋମାଣ୍ଟିକ୍‌ ହେଉଥିବାର ନଜର ଆସିଛନ୍ତି। ବିପାଶା ଓ କରଣ ପ୍ରେମ‌ରେ ଦୁହେଁ ଦୁହିଁଙ୍କ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି।

 

 

Related posts

୧୦୦୦ କୋଟି ଆୟ କଲା ଫିଲ୍ମ ‘ଯବାନ’ 

mahabharatanews

ହାଇ-ହିଲ୍ସ ପିନ୍ଧି ପଡିଗଲେ ଉର୍ଫି ଭାଇରଲ ହେଲା ଭିଡିଓ

mahabharatanews

ଅକ୍ଟୋବରରେ ବିବାହ କରିବେ ରାଘବ -ପରିଣୀତି !

mahabharatanews