ଓଡିଶା

୧୫ରୁ ରାଜ୍ୟରେ ବର୍ଷା

(ଭୁବନେଶ୍ୱର) :  ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ୧୬ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅବପାତଟି ବାତ୍ୟାରେ ପରିଣତ ନହେଲେ ମଧ୍ୟ ଏହାର ପ୍ରଭାବରେ ୧୫ ତାରିଖ ଠାରୁ ରାଜ୍ୟରେ ପୁଣି ବର୍ଷାର ସମ୍ଭାବନା ରହିଛି। ୧୫ ଓ ୧୬ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି।

ସୂଚନାନୁଯାୟୀ ,  ଏହାକୁ ଦୃଷ୍ଟିରେ ରଖି ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ମସ୍ୟଜୀବି  ମାନଙ୍କୁ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ୧୭-୧୮ ରେ ଓଡିଶା ଉପକୂଳ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନ ୪୫ କିମି ରହିବ ବେଗ ୬୫ ସର୍ବାଧିକ ପହଞ୍ଚିବ l ୧୫ ରୁ ମତ୍ସ୍ୟଜୀବୀଙ୍କୁ ସମୁନ୍ଦ୍ର ମନା l ୧୬ ତାରିଖ ପରେ ଅବପାତ ଓଡିଶା ମୁହାଁ ହେବ l ଜଳୀୟ ବାଷ୍ପ ଓଡ଼ିଶାକୁ ପ୍ରବେଶ କରିବ ତେଣୁ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି l ୧୫ ରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି , କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ଜଗତସିଂହପୂର , ପୁରୀ, ରେ ହାଲୁକା ବର୍ଷା ରହିବ l

Related posts

ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

mahabharatanews

OUATର 40ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରପତି

mahabharatanews

ଛତୁମାନେ ବି କଥା ହୁଅନ୍ତି

mahabharatanews