ଭାରତ

ତାଜମହଲରେ ପୁଅର ବୁଦ୍ଧି ପାଇଁ ବଞ୍ଚିଗଲା ବାପାଙ୍କ ଜୀବନ 

(ଉତ୍ତରପ୍ରଦେଶ) : ପୁଅର ଉପସ୍ଥିତି ବୁଦ୍ଧି ହେତୁ ବଂଚିଗଲା ବାପାଙ୍କ ଜୀବନ । ଆଗ୍ରାସ୍ଥିତ ତାଜମହଲ ପରିସରରେ ଜଣେ ବ୍ୟକ୍ତିଙ୍କର ହଠାତ୍‌ ହୃଦ୍‌ଘାତ ହେବାରୁ ତାଙ୍କ ପୁଅ ତୁରନ୍ତ ‘କାର୍ଡିଓ-ପଲ୍‌ମୋନାରି ରିସିସିଟେସନ୍‌’ (ସିପିଆର୍‌) ଉପଚାର କରି ତାଙ୍କ ଜୀବନ ରକ୍ଷା କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ସୂଚନାନୁଯାୟୀ ,  ରାଜୁ ନାମରେ ଜଣେ ୭୦ ବର୍ଷିୟ ଦିଲ୍ଲୀ ବାସିନ୍ଦା ଭାରତୀୟ ନୌସେନା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ପୁଅ ଓ ପରିବାରବର୍ଗଙ୍କ ସାଥିରେ ତାଜମହଲ ବୁଲିବାକୁ ଯାଇଥିଲେ। ବୁଧବାର ଅପରାହ୍ଣ ପ୍ରାୟ ୧୨.୩୦ରେ ତାଜମହଲ ପରିସରରେ ଥିବା ବେଳେ ରାଜୁଙ୍କର ହୃଦ୍‌ଘାତ ହେଲା। ଅଚେତ ହୋଇ ସେ ତଳେ ପଡ଼ିଗଲେ। କିନ୍ତୁ, ଡାକ୍ତରୀ ସହାୟତା ପହଞ୍ଚିବା ପୂର୍ବରୁ ପୁଅ ନିଜେ ‘ସିପିଆର୍‌’ ଆରମ୍ଭ କରି ଦେଇଥିଲେ। କିଛି ସମୟ ପରେ ରାଜୁଙ୍କ ଚେତା ଫେରିଲା। ପରେ ପରେ ଅଧିକ ଚିକିତ୍ସା ନିମନ୍ତେ ‘ତାଜ୍‌ମହଲ୍‌ ସିକ୍ୟୁରିଟି’ ଓ ‘ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ’ର କର୍ମଚାରୀମାନେ ଆମ୍ବୁଲାନ୍‌ସ୍‌ ଯୋଗେ ରାଜୁଙ୍କୁ ସେନା ହସ୍ପିଟାଲ୍‌କୁ ପଠାଇବା ବ୍ୟବସ୍ଥା କଲେ।

Related posts

ଉତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ ଲୀଳା, କାନ୍ଥ ଭୁଷୁଡି ୧୨ ଜଣଙ୍କ ମୃତ୍ୟୁ

mahabharatanews

୩୦ ଲକ୍ଷ ଫାଇନ ଦେବ ଇଣ୍ଡିଗୋ ଏୟାରଲାଇନ୍ସ 

mahabharatanews

କର୍ଣ୍ଣାଟକରେ ୧୨ଘଣ୍ଟିଆ ଧର୍ମଘଟ

mahabharatanews