ଓଡିଶା

ରାଉରକେଲା ଇସ୍ପାତ କାରଖାନାରେ ବିସ୍ଫୋରଣ, ଜଣେ ମୃତ ସହ ୨ ଗୁରୁତର

(ରାଉଲକେଲା) : ଇସ୍ପାତ କାରଖାନାରେ ବିସ୍ଫୋରଣ । ରାଉରକେଲା ଶୁଭମ୍‌ ଇସ୍ପାତ କାରଖାନାରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଶ୍ରମିକଙ୍କୁ ରାଉରକେଲାର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ , ମୃତ ଶ୍ରମିକ ଜଣଙ୍କ ହେଲେ ଯାଜପୁର ଜିଲ୍ଲାର ଚିନ୍ମୀୟ ବେହେରା । ତେବେ ଦୁଇ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ଗ୍ୟାସ୍‌ ପାଇପ୍‌ ଲିକ୍‌ ହେବା ଯୋଗୁଁ ବିସ୍ଫୋରଣ ହୋଇଥିବା ଜଣାଯାଇଛି । ଗତକାଲି ବିଳମ୍ବିତ ଏହି ଅଘଟଣ ଘଟିଛି । ଏହି ଇସ୍ପାତ କାରଖାନାରେ ୧୦୦ ରୁ ଅଧିକ ଶ୍ରମିକ କାମ କରନ୍ତି । ଏହି ବିସ୍ଫୋରଣରେ ଅନ୍ୟମାନଙ୍କର କିଛି କ୍ଷୟ କ୍ଷତି ହୋଇନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

 

Related posts

୩୦ରେ ନାମାଙ୍କନ ଭରିବେ ନବୀନ

mahabharatanews

ତୁରୁମୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଲା କାୟାକଳ୍ପ ପୁରସ୍କାର

mahabharatanews

ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେ ସରକାର

mahabharatanews