ମନୋରଞ୍ଜନ

ଭାଇରଲ ହେଉଛି ବିରୁଷ୍କାଙ୍କ ପ୍ରେମଭରା ଭିଡିଓ 

(ମୁମ୍ବାଇ) :  ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ପୁଣି ଥରେ ଦେଖିବାକୁ ମିଳିଛି ବିରୁସ୍କାଙ୍କ ଭଲପାଇବାର ଦୃଶ୍ୟ । ସ୍ବାମୀ ବିରାଟଙ୍କ ଆଜିର ମ୍ୟାଚରେ ୫୦ତମ ଶତକ ହାସଲ କରିବା ଦେଖି ଅନୁଷ୍କାଙ୍କ ଆଖିରେ ଖୁସି ଲୁହ ଭରି ଯାଇଥିଲା। ଏତିକି ବେଳେ ପଡ଼ିଆ ମଝିରୁ ବିରାଟ ଅନୁଷ୍କାଙ୍କୁ ଫ୍ଲାଇଂ କିସ୍ ଦେଇଥିବା ବେଳେ ଅନୁଷ୍କା ବି ପ୍ରତି ଫ୍ଲାଇଂ କିସ୍ ଦେଇଥିଲେ। ମ୍ୟାଚ ଚାଲିଥିବା ବେଳେ ବିରୁଷ୍କାଙ୍କ ଏହି ସ୍ନେହ ଓ ପ୍ରେମର ଚୁମ୍ବନ ଆଦାନପ୍ରଦାନ ଚର୍ଚ୍ଚାରେ ରହିଛି।

ସୂଚନାନୁଯାୟୀ , ବିରାଟ କୋହଲି ଦମଦାର ବ୍ୟାଟିଂ କରିଛନ୍ତି। ବିରାଟ କୋହଲି ଆଜିର ମ୍ୟାଚରେ ନିଜର ୫୦ତମ ଏକଦିବସୀୟ ଶତକ ହାସଲ କରିବା ପରେ ସଚିନଙ୍କ ୪୯ଟି ଦିନିକିଆ ଶତକ ରେକର୍ଡକୁ ଟପିଯାଇଛନ୍ତି । ଏହାପରେ ଗ୍ୟାଲେରିରେ ବସିଥିବା ଦର୍ଶକଙ୍କ କରତାଳିରେ ଷ୍ଡାଡିୟମ ପ୍ରକମ୍ପିତ ହୋଇଥିଲା । ଏହି ସମୟରେ ଏକ ସୁନ୍ଦର ଦୃଶ୍ୟ ବି କ୍ୟାମେରାରେ କୈଦ ହୋଇଯାଇଥିଲା।

 

 

Related posts

କୋରିଓଗ୍ରାଫରଙ୍କ ପୁଅ ଆଦମ ବିଡପା ଗିରଫ

mahabharatanews

୪୫୦ଟଙ୍କା ଦେବାକୁ ମନା କରି ଚର୍ଚାରେ ଅଭିନେତା ବିକ୍ରାନ୍ତ

mahabharatanews

 ୮୧ତମ ଜନ୍ମଦିନରେ କାନ୍ଦିଲେ ବିଗ୍‌ ବି

mahabharatanews