ମନୋରଞ୍ଜନ

ଭାଇରଲ ହେଉଛି ବିରୁଷ୍କାଙ୍କ ପ୍ରେମଭରା ଭିଡିଓ 

(ମୁମ୍ବାଇ) :  ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ପୁଣି ଥରେ ଦେଖିବାକୁ ମିଳିଛି ବିରୁସ୍କାଙ୍କ ଭଲପାଇବାର ଦୃଶ୍ୟ । ସ୍ବାମୀ ବିରାଟଙ୍କ ଆଜିର ମ୍ୟାଚରେ ୫୦ତମ ଶତକ ହାସଲ କରିବା ଦେଖି ଅନୁଷ୍କାଙ୍କ ଆଖିରେ ଖୁସି ଲୁହ ଭରି ଯାଇଥିଲା। ଏତିକି ବେଳେ ପଡ଼ିଆ ମଝିରୁ ବିରାଟ ଅନୁଷ୍କାଙ୍କୁ ଫ୍ଲାଇଂ କିସ୍ ଦେଇଥିବା ବେଳେ ଅନୁଷ୍କା ବି ପ୍ରତି ଫ୍ଲାଇଂ କିସ୍ ଦେଇଥିଲେ। ମ୍ୟାଚ ଚାଲିଥିବା ବେଳେ ବିରୁଷ୍କାଙ୍କ ଏହି ସ୍ନେହ ଓ ପ୍ରେମର ଚୁମ୍ବନ ଆଦାନପ୍ରଦାନ ଚର୍ଚ୍ଚାରେ ରହିଛି।

ସୂଚନାନୁଯାୟୀ , ବିରାଟ କୋହଲି ଦମଦାର ବ୍ୟାଟିଂ କରିଛନ୍ତି। ବିରାଟ କୋହଲି ଆଜିର ମ୍ୟାଚରେ ନିଜର ୫୦ତମ ଏକଦିବସୀୟ ଶତକ ହାସଲ କରିବା ପରେ ସଚିନଙ୍କ ୪୯ଟି ଦିନିକିଆ ଶତକ ରେକର୍ଡକୁ ଟପିଯାଇଛନ୍ତି । ଏହାପରେ ଗ୍ୟାଲେରିରେ ବସିଥିବା ଦର୍ଶକଙ୍କ କରତାଳିରେ ଷ୍ଡାଡିୟମ ପ୍ରକମ୍ପିତ ହୋଇଥିଲା । ଏହି ସମୟରେ ଏକ ସୁନ୍ଦର ଦୃଶ୍ୟ ବି କ୍ୟାମେରାରେ କୈଦ ହୋଇଯାଇଥିଲା।

 

 

Related posts

‘ବଜରଙ୍ଗ ବାଲୀ ଭଗବାନ ନୁହନ୍ତି’ : ମନୋଜ ମୁନ୍ତାଶିର

mahabharatanews

କର୍କଟ ରୋଗରେ ଆକ୍ରାନ୍ତ ହେଲେ ହାସ୍ୟ ଅଭିନେତା ଅତୁଲ ପରଚୁରେ

mahabharatanews

ଖିଲାଡୀ ବୟଙ୍କ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ’ର ଟ୍ରେଲର ରିଲିଜ 

mahabharatanews