ଓଡିଶାରାଜନୀତି

କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ କେନ୍ଦ୍ରରେ ପ୍ରସ୍ତାବ ନାହିଁ

ଭୁବନେଶ୍ୱର କଟକ ମଧ୍ୟରେ ଚାଲିବ 200 ଇ-ବସ । ପିଏମ ଇ-ବସ ସେବା ସ୍କିମରେ ଓଡିଶାକୁ କେନ୍ଦ୍ରରୁ 200 ଇ-ଵସ ମଂଜୁର ହୋଇଛି। ଶୂନ୍ୟ କାଳରେ ରାଜ୍ୟସଭ ସାଂସଦ ଦେବାଶିଷ ସାମନ୍ତରାୟ ସଂସଦରେ ଉଠାଇଥିବା ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ଗୃହ ନିର୍ମାଣ ରାଷ୍ଟ୍ର ମନ୍ତ୍ରୀ ।ଏହା ସହ ମନ୍ତ୍ରୀ ଲିଖିତ ଆକାରରେ ଜଣାଇଛନ୍ତି ମେଟ୍ରୋ ପାଇଁ ପ୍ରସ୍ତାବ ନାହିଁ । କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ନାହିଁ । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଚିଠି ଲେଖି ଜଣାଇଲେ କେନ୍ଦ୍ର ଗୃହନିର୍ମାଣ ଓ ନଗର ଉନ୍ନୟନ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ । ରାଜ୍ୟସଭା ଶୂନ୍ୟକାଳରେ ଦେବାଶିଷ ଉଠାଇଥିଲେ ପ୍ରସଙ୍ଗ ।

Related posts

ଜନତା କର୍ଫ୍ୟୁ କଲ୍ୟାଣସିଂହପୁର ବ୍ଲକରେ ସମ୍ପୂର୍ଣ୍ଣ ସଫଳ

mahabharatanews

ରତ୍ନ ଭଣ୍ଡାର ନଖୋଲିବାକୁ ହୋଇଛି ଯୋଜନା: ସୁଦର୍ଶନ

mahabharatanews

ତାଳଚେରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍ ଚାପାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

mahabharatanews