ଓଡିଶା

ନାମାଙ୍କନ ପତ୍ର ଦାଖଲ କଲେ ଉପବାଚସ୍ପତି ପାର୍ଥି 

(ଭୁବନେଶ୍ୱର) :  ଉପବାଚସ୍ପତି ହେବାକୁ ଯାଉଛନ୍ତି ଆଦିବାସୀ ନେତା ସାଲୁଗା ପ୍ରଧାନ । କନ୍ଧମାଳର ଜି.ଉଦୟଗିରି ବିଧାୟକ ହେଉଛନ୍ତି ସାଲୁଗା ପ୍ରଧାନ।  ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଭରିଛନ୍ତି । ବିଧାନସଭା ସଚିବ ଙ୍କ ନିକଟ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସାଲୁଗା। ରଜନୀକାନ୍ତ ସିଂ ଙ୍କ ଇସ୍ତଫା ପରେ ଖାଲି ପଡିଛି ପଦ। ଆସନ୍ତାକାଲି ନିର୍ବାଚନ ଥିବାବେଳେ ବିଜେଡିର ସଂଖ୍ୟା ଦୃଷ୍ଟିରୁ ସାଲୁଗା ବିଜୟ ହେବେ ବୋଲି ସ୍ପଷ୍ଟ ହୋଇଛି । ନାମାଙ୍କନ ଦାଖଲ ପରେ ପ୍ରତିକ୍ରିୟା ରଖିଲେ ସାଲୁଗା। ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲେ ସାଲୁଗା। ନିର୍ବାଚନ ମଣ୍ଡଳୀ କୁ ଯିବା ପାଇଁ ବାହାରିଥିଲି। ନାମାଙ୍କନ ପାଇଁ ନିର୍ଦ୍ଧେଶ ଆସିବା ପରେ ନାମାଙ୍କନ ଭରିଛି। ନାମାଙ୍କନ ଭରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଙ୍କ ଆଶ୍ରିବାଦ ନେଇଛି। ବରିଷ୍ଠ ସଦସ୍ୟଙ୍କ ସହଯୋଗ ଓ ପରାମର୍ଶ ନେଇ କାର୍ଯ୍ୟ କରିବି । ଗୃହକାର୍ଯ୍ୟ କିପରି ସୁପରିଚାଳନା ହେବ ସେ ନେଇ ବ୍ୟବସ୍ଥା କରିବି ।

Related posts

ବଦଳିଛି ସହର, ବଦଳିଛି ପରିବେଶ । ୭୫ ବର୍ଷରେ ପାଦ ଥାପିଛି ଏକାମ୍ରକ୍ଷେତ୍ର ।

mahabharatanews

ଶପଥ ଗ୍ରହଣ ପରେ ପୁରୀରେ ୨୬ତମ ରାଜ୍ୟପାଳ

mahabharatanews

ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ,ଗଡୁଛି ସ୍ୱତନ୍ତ୍ର ‘ମୋ ବସ୍’

mahabharatanews