(ପୁରୀ) : ବଡ଼ ଦାଣ୍ଡରେ ଲାଗିଛି ଭକ୍ତଙ୍କ ଭିଡ଼ । ମହାପ୍ରଭୁଙ୍କ ଦର୍ଶନ ଲାଗି କାର୍ତ୍ତିକ ମାସ ଶେଷ ସୋମବାରରେ ସକାଳୁ ଲାଗିଛି ଲମ୍ବା ଲାଇନ୍ । ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ ରେ ଛିଡ଼ା ହୋଇ ବ୍ୟାରିକେଡ୍ ରେ ଫସି ରହିଛନ୍ତି ଅଗଣିତ ଶ୍ରଦ୍ଧାଳୁ । ତେବେ ଏହାରି ମଧ୍ୟରେ ଜଣେ ମହିଳା ଶ୍ରଦ୍ଧାଳୁ ଅଚେତ୍ ହୋଇପଡିଥିବା ଦେଖିବାକୁ ମିଳିଛି । ଭକ୍ତ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ, ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟବସାୟୀ । ଭକ୍ତ ଅନ୍ୟ କୌଣସି ଉପାୟ ନପାଇ ଦୁଇ ଗୁଣା ଟଙ୍କା ଦେଇ ପାଣି ବୋତଲ କିଣିଛନ୍ତି । ଅସାଧୁ ବ୍ୟବସାୟୀ ଜାଣିଛନ୍ତି ଭକ୍ତ ଧାଡିରୁ ବାହାରିପାରିବେ ନାହିଁ । ତେଣୁ ଭକ୍ତଙ୍କୁ ମନଇଛା ଖାଦ୍ୟ ସାମଗ୍ରୀ ଓ ପାଣି ବୋତଲ ଦର ଲଗାଉଛନ୍ତି । ସେପଟେ ଆଜି ବଡଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଥିବାବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।