ଓଡିଶା

ମହାପ୍ରଭୁ ସ୍ନାନପୂଣ୍ଣିମା ବହୁ ଆଡ଼ମ୍ବରେ ପାଳନ ହୋଇଯାଇଛି

ରାୟଗଡ଼ା:ରାୟଗଡ଼ା ଜିଲ୍ଲା ର ବିଭିନ୍ନ ସ୍ଥାନରେ ପ୍ରଭୁ ଜଗନ୍ନାଥ ଙ୍କ ସ୍ନାନ ଉତ୍ସବ ବହୁ ଆଡ଼ମ୍ବରେ ପାଳନ ହୋଇଯାଇଛି । ଜିଲ୍ଳା ର ସଦର ମହକୁମା ରାୟଗଡ଼ା, ଗୁଣପୁର, ବିଷମକଟକ, ମୁନିଗୁଡା,ଦୁର୍ଗୀ, ଆମ୍ବ।ଦଳା, ଜେକେପୁର, ଗୁଡ଼ାରୀ ସହ ସମସ୍ତ ଜାଗାରେ ଶ୍ରୀଜିଉ ଙ୍କ ସ୍ନାନ ପୂର୍ଣ୍ଣିମା ନିତିକାନ୍ତି ସହ ବହୁ ଆଡ଼ମ୍ବର ରେ ପାଳନ ହେଇଛି। ବିଷମକଟକ ରେ ସକାଳୁ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ବ୍ରାହ୍ମଣ ସେବକ ଓ ଭକ୍ତଙ୍କ ଗହଣରେ ତିନି ଠାକୁର ଙ୍କୁ ଧାଡ଼ି ପହଣ୍ଡି କରି ସ୍ନାନ ମଣ୍ଡପ କୁ ବିଜେ କରିଥଲେ । ଏହାପରେ ବିଭିନ୍ନ ପୁଜାର୍ଚ୍ଚନା କରି ୧୦୮ କଳସ ସୁବାସିତ ଜଳରେ ତିନି ଠାକୁର ଙ୍କୁ ସ୍ନାନ କରାଯିବା ପରେ ସୁସଜ୍ଜିତ ଗଜ ଅବତାର ରେ ଭକ୍ତ ଦର୍ଶନ ଦେଇଥିଲେ । ପରେ ନିର୍ଦ୍ଧାରିତ ସମୟ ଅନୁସାରେ ଜଗମୋହନ କୋଠା ବିଜେ କରିଥିଲେ ।

Related posts

୧୩ ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବ ଉତ୍ତର ଖାତା

mahabharatanews

୫ରୁ ବଢିବ ଶୀତ

mahabharatanews

ଜାତିସଂଘର ଜନସେବା ପୁରସ୍କାରରେ ମୋ ବସ୍ ପୁରସ୍କୃତ

mahabharatanews