ଓଡିଶା

୨୪ରୁ ପୁଣି ମେଘୁଆ ପାଗ 

(ଭୁବନେଶ୍ୱର) : ଆସନ୍ତା ୨ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ଖରା ଟାଣ ହେବ। ୨୪ ତାରିଖରୁ ରାଜ୍ୟରେ ପୁଣି ମେଘୁଆ ପାଗ ଦେଖାଯିବ। ଆସନ୍ତା ୪ରୁ ୫ ଦିନ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ। ଥଣ୍ଡା ଏହିଭଳି ରହିବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ସାଧାରଣତଃ ମେଘୁଆ ରହିବ। ହାଲୁକା ବର୍ଷା ସମ୍ଭାବନା ମଧ୍ୟ ରହୁଛି।

ସୂଚନାନୁଯାୟୀ , ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରଭାବରେ ଉପକୂଳ ଓ ସଂଲଗ୍ନ ଓଡ଼ିଶାରେ ଆଜି ପାଗ ‌ମେଘୁଆ ରହିଥିଲା। ଗତ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ବର୍ଷା ମଧ୍ୟ ହୋଇଯାଇଛି। ପୁରୀ‌ ଜିଲ୍ଲାର ଗୋପରେ ୧୨ ମିମି ବର୍ଷା ହୋଇଥିବା ବେ‌ଳେ କୃଷ୍ଣପ୍ରସାଦ ଓ କାକଟପୁରରେ ୧୧ ମିମି, ଅସ୍ତରଙ୍ଗରେ ୧୦ ମିମି ଓ ପୁରୀରେ ୯ ମିମି ବର୍ଷା ହୋଇଯାଇଛି।

Related posts

ଘରେ ପସି ଦିବ୍ୟାଙ୍ଗଙ୍କୁ ମାଡ଼, ନ୍ୟାୟ ଅପେକ୍ଷାରେ ପରିବାର

mahabharatanews

ପୋଖରୀରୁ ମୃତଦେହ ଉଦ୍ଧାର

mahabharatanews

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ-ହେବନି ଏବର୍ଷର ରଥଯାତ୍ରା

mahabharatanews