ଭାରତ

ଖୁବ୍ ଶୀଘ୍ର ସୁଡ଼ଙ୍ଗ ସ୍ଥଳରେ ପହଞ୍ଚିବ ଅତ୍ୟାଧୁନିକ ଯନ୍ତ୍ରପାତି

(ଉତ୍ତରାଖଣ୍ଡ): ଉତ୍ତରକାଶୀରେ ନିର୍ମାଣାଧୀନ ସିଲକ୍ୟାରା ସୁଡ଼ଙ୍ଗ ଦୁର୍ଘଟଣାରେ ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜୋରଜାର ଚାଲିଛି । ଆମେରିକା ନିର୍ମିତ ଅଗର ମେସିନ ସଂପୂର୍ଣ୍ଣ ଖରାପ ହୋଇଯିବା ପରେ ସ୍ଥିତି ସଂପୂର୍ଣ୍ଣ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଏପରିକି ଆଉ କେତେ ଦିନ ଅପରେସନ ଚାଲିବ ତାହା କେହି କହିପାରୁନାହାନ୍ତି ।

ସୂଚନାନୁଯାୟୀ ,ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ହାଇଦ୍ରାବାଦରୁ ପ୍ଲାଜମା କଟର ଆସିବା ପରେ ହାତରେ ଖନନ କରାଯିବ । ଉପରୁ ଖନନ କରିବାକୁ ମଧ୍ୟ ବିଚାର କରାଯାଉଛି।ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ । ଅଗର ମେସିନ କ୍ଷତିଗ୍ରସ୍ତ ହୋଇଛି ଏବଂ ଏହାର କିଛି ଅଂଶ ବାହାରକୁ ଆସିନାହିଁ । ଭାରତୀୟ ବାୟୁସେନା ଦ୍ୱାରା ଏୟାରଲିଫ୍ଟ କରାଯାଉଥିବା ଅଗର ମେସିନର ଅଂଶକୁ ବାହାର କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତିର ଆବଶ୍ୟକତା ରହିଛି ଏବଂ ଏହା ଖୁବ୍ ଶୀଘ୍ର ସୁଡ଼ଙ୍ଗ ସ୍ଥଳରେ ପହଞ୍ଚିବ।

Related posts

 ଝାଲାୱାଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା,୯ ମୃତ

mahabharatanews

ସଂସଦ ଉପରେ ଆକ୍ରମଣ , ୪ଗିରଫ 

mahabharatanews

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ 

mahabharatanews