ଓଡିଶା

୨ଦିନ ପରେ ବର୍ଷା ସମ୍ଭାବନା 

(ଭୁବନେଶ୍ୱର) :  ୨୬ ତାରିଖ ଦିନ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ୨୭ ତାରିଖ ଦିନ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ୨୯ ତାରିଖ ଆଡ଼କୁ ଘନୀଭୂତ ‌ହୋଇ ସେହି ସ୍ଥାନରେ ଏକ ଅବପାତର ରୂପ ନେବ। ଏହାର ପ୍ରଭାବ‌ରେ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ।

ସୂଚନାନୁଯାୟୀ , ଆସନ୍ତା ୨ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। ରାୟଗଡ଼ା, ମାଲକାନଗିରି, କୋରାପୁଟ, ଗଜପତି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବରଗଡ଼, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ୨୮ ତାରିଖ ଦିନ ହାଲୁକା ବର୍ଷା ହୋଇପାରେ। ୨୯ ଓ ୩୦ ତାରିଖରେ ବି ରାଜ୍ୟରେ ପାଗ ଶୁଖିଲା ରହିବ। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଥଣ୍ଡା ମଧ୍ୟ ଏହିଭଳି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Related posts

ବଢୁଛି ତାତି ; ୮ଟି ସହର ତାପମାତ୍ରା ୪୦ ଡିଗ୍ରୀ ପାର

mahabharatanews

 ବିଜେଡିରୁ ବିଦା ହେଲେ ବିଧାୟକ ପ୍ରଫୁଲ୍ଲ ମାଝି

mahabharatanews

ବାଇକକୁ ଧକ୍କା ଦେଲା କାର ; କାର୍ ଡ୍ରାଇଭର ଓ ବାଇକ ଆରୋହୀ ଗୁରୁତର

mahabharatanews