ଓଡିଶା

ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜଭୋଗ 

(କଟକ) :କାର୍ତ୍ତିକ ମାସ ହେତୁ ମହାପଞ୍ଚୁକ ବ୍ରତ ଚାଲିଛି । ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଲାଗି ରହୁଛି । ଆଜି ବଡ଼ସିଂହାର ସହ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ବାବା ଧବଳେଶ୍ୱରଙ୍କ ପାଖରେ ବାବାଙ୍କ ପ୍ରିୟ ଗଜଭୋଗ ଓ ତରଣ ଲାଗି ହୋଇଛି ।

ସୂଚନାନୁଯାୟୀ , ରାତି ୩ଟାରୁ ବାବାଙ୍କର ପହଡ ଖୋଲାଯାଇଥିଲା । ପରେ ୧୦୮ଗରା ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ, ମଇଲମ, ବାଳଭୋଗ ଆଦି କରାଯାଇଥିଲା । ପରେ ଦର୍ଶନ ଲାଗି ଭକ୍ତ ମାନଙ୍କୁ ଛଡା ଯାଇଥିଲା । ଏହା ସହ ସରିଛି ବାବା ଧବଳେଶ୍ବରଙ୍କ ବଡଓଷା । ବାବା ଧବଳେଶ୍ୱରଙ୍କ ପାଖରେ ବାବାଙ୍କ ପ୍ରିୟ ଗଜଭୋଗ ଓ ତରଣ ଲାଗି ହୋଇଛି । ରାତି ସାରା ଉଜାଗର ରହି ଭକ୍ତ ଓ ଶ୍ରଦ୍ଧାଳୁ ଭୋଗ ପାଇ ବେଶ ଆନନ୍ଦିତ ହୋଇଛନ୍ତି । ସେପଟେ ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Related posts

ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 

mahabharatanews

ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ: ଡିସେମ୍ବର ପର୍ଯ୍ୟନ୍ତ ସ୍ଲଟ ନଥିବାରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ

mahabharatanews

୧୬ରେ ନବୀନଙ୍କ ରୋଡ଼ ସୋ

mahabharatanews