ଭାରତ

ସରିଲା ଖନନ କାର୍ଯ୍ୟ, ଟନେଲ ଭିିତରେ ଅସ୍ଥାୟୀ ହସ୍ପିଟାଲ

(ଉତ୍ତରାଖଣ୍ଡ) : ସରିଲା ଖନନ କାର୍ଯ୍ୟ । ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଖନନ କାର୍ଯ୍ୟ ଶେଷ ହୋଇଛି ।ଶ୍ରମିକମାନେ ଗତ ୧୭ଦିନ ଧରି ଏଠାରେ ଫସି ରହିଥିଲେ। ଏଭଳି ପରିସ୍ଥିତିରେ ସେମାନଙ୍କୁ ବାହାରକୁ ଆଣିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା।  ଏବେ ଶ୍ରମିକମାନଙ୍କୁ ବାହାରକୁ ଆଣିବା ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଟନେଲ ଭିିତରେ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ଅର୍ଥାତ ଟନେଲର ଧସିଥିବା ସ୍ଥାନରୁ ଶ୍ରମିକଙ୍କୁ ବାହାର କରାଯିବା ପରେ ସେମାନଙ୍କର ପ୍ରଥମେ ଅସ୍ଥାୟୀ ହସ୍ପିଟାଲରେ ଚିକିତ୍ସା କରାଯିବ। ଏଥିପାଇଁ ୮ଟି ଶଯ୍ୟା ଓ ଚେୟାର ପ୍ରସ୍ତୁତ କରି ରଖାଯାଇଥିବା ଫଟୋ ସାମ୍ନାକୁ ଆସିଛି।

ସୂଚନାନୁଯାୟୀ , ପ୍ଲାନ୍ ବି’ଅନୁସାରେ ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲିଂ ଜାରି ରହିଛି । ୮୬ ମିଟରରୁ ୪୬ ମିଟର ଡ୍ରିଲିଂ କାର୍ଯ୍ୟା ଶେଷ ହୋଇଥିବା ନେଇ ସୂଚନା ମିଳିଛି । ମେସିମ୍ ଭଗ୍ନାଂଶ ସୁଡ଼ଙ୍ଗ ଭିତରେ ବାହାରିବା ପରେ ମାନୁଆଲ ଡ୍ରିଲିଂ କାର୍ଯ୍ୟା ଆରମ୍ଭ ହୋଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ଯେଉଁଥିରେ ରେସ୍କ୍ୟୁ ଟିମର ସଦସ୍ୟ ପାଇପ୍ ଭିତରୁ ମାଟି ବାହାରକୁ କାଢୁଥିବାର ଦେଖିବା ପାଇଁ ମିଳୁଛି । ନୁଆଲ୍ ଡ୍ରିଲିଂ ପାଇଁ ରେଟ୍ ମାଇନର୍ସଙ୍କ ତିନୋଟି ଟିମ୍ ରହିଛି । ଯେଉଁଥିରେ ୧୨,୭ ଏବଂ ୫ ସଦସ୍ୟଙ୍କ ଏହି ଟିମ୍ ରେସ୍କ୍ୟୁ କାମରେ ଲାଗିଥିଲେ ।

Related posts

ରୁଷ-ୟୁକ୍ରେନ୍ ଯୁଦ୍ଧ : ଲୁହାନସ୍କ ତେଲ ଡିପୋରେ ଭୟଙ୍କର ବିସ୍ଫୋରଣ

mahabharatanews

 ଶପଥ ଗ୍ରହଣ କଲେ ରେୱନ୍ତ ରେଡ୍ଡୀ

mahabharatanews

ବନ୍ୟାରେ ଭାସିଯାଇ ୨ଯବାନ ସହିଦ

mahabharatanews