ଓଡିଶା

ଆସୁଛି ବଡ଼ ବାତ୍ୟା ; ଅଶାନ୍ତ ସମୁଦ୍ର, ୭ ଜିଲ୍ଲା ପାଇଁ ସତର୍କତା ଜାରି

(ଭୁବନେଶ୍ୱର) :  ଆସୁଛି ବଡ଼ ବାତ୍ୟା । ବଙ୍ଗୋପ ସାଗରରେ ଦକ୍ଷିଣ ଆଣ୍ଡମାନ ପାର୍ଶ୍ଵବର୍ତ୍ତୀ ମଲାକା ରାଜ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ବୁଧବାର ସୁଦ୍ଧା ଏହା ଅବପାତର ରୂପ ନେବ । ଏହା ପରେ ପରବର୍ତ୍ତୀ ୪୮ଘଣ୍ଟାରେ ତୀବ୍ର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ।

ସୂଚନାନୁଯାୟୀ,  ଆାସନ୍ତା ୧ତାରିଖ ବେଳକୁ ଏହା ଏକ ସାମୁଦ୍ରିକ ଝଡ଼ର ରୂପ ନେବାର ଅନୁମାନ କରାଯାଉଛି । ବାତ୍ୟାରେ ପରିଣତ ହେବା ପରେ ଏହାର ନାମ ‘ମିଚାଉଙ୍ଗ’ ରଖାଯିବ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ! ହେଲେ ଓଡ଼ିଶାକୁ ନାହିଁ ପ୍ରଭାବ ! ଅଧିକ ଘନୀଭୂତ ହୋଇ ‘ମିଚାଉଙ୍ଗ’ ୬ତାରିଖରେ ଉତ୍ତର ଆାନ୍ଧ୍ର ପ୍ରେଦଶ ଓ ଦକ୍ଷିଣ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି ।  ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲା ପାଇଁ ସତର୍କତା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଛନ୍ତି SRC । ଆସନ୍ତା ୧ତାରିଖରୁ ସମୁଦ୍ର ଅଶାନ୍ତ ରହିବ ।

Related posts

ପେପର ମିଲରେ ଶ୍ରମିକ ଅଶାନ୍ତି

mahabharatanews

ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ସଫଳତା ପାଇଁ ଅଭିନନ୍ଦନ

mahabharatanews