(ଦିଲ୍ଲୀ) : କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣି ନିଷ୍ପତ୍ତି । ଆଉ ୫ ବର୍ଷ ମାଗଣା ଚାଉଳ ଦେବାକୁ କ୍ୟାବିନେଟର ମଞ୍ଜୁରୀ । ୨୦୨୮ ଡିସେମ୍ବର ଯାଏଁ କେନ୍ଦ୍ର ସରକାଙ୍କ ପକ୍ଷରୁ ମାଗଣା ଚାଉଣ ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ବର୍ତ୍ତମାନ ଉପକୃତ ହେବେ ପ୍ରାୟ ୮୧ କୋଟି ହିତାଧିକାରୀ । ଏହି ଯୋଜନା ୨୦୨୪ ଜାନୁଆରୀ ପହିଲାରୁ ଲାଗୁ କରାଯିବ ନେଇ ସୂଚନା ।
ସୂଚନାନୁଯାୟୀ, ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ପରିବାରକୁ ଅନ୍ତ୍ୟୋଦୟ ଯୋଜନାର ଲାଭ ମିଳୁଛି, ସେମାନଙ୍କୁ ୩୫ କିଲୋଗ୍ରାମ ଖାଦ୍ୟଶସ୍ୟ ମିଳିବା ଜାରି ରହିବ ।ତେବେ ଏହି ଯୋଜନାରେ ସରକାର ୧୧.୮୦ ଲକ୍ଷ କୋଟି ଟଙ୍କା ଆଗାମୀ ୫ ବର୍ଷ ଅର୍ଥାତ୍ ୨୦୨୮ ଯାଏଁ ଖର୍ଚ୍ଚ କରିବେ । ତେଲେଙ୍ଗାନା ମତଦାନ ପୂର୍ବରୁ ଖଡଗେଙ୍କ ବଡ଼ ଦାବି: ସମସ୍ତ ୪ଟି ରାଜ୍ୟରେ କଂଗ୍ରେସ ହେବ ବିଜୟ ସେହିପରି ମହିଳାମାନଙ୍କୁ ଡ୍ରୋନ ଉଡାଇବାର ଟ୍ରେନିଂ ଦିଆଯିବ ଯାହା ଫଳରେ ମହିଳଆ ଚାଷୀମାନଙ୍କ ଡ୍ରୋନ୍ ସହାୟତାରେ ଜମିରେ ସହଜରେ ସାରା ପକାଇ ପାରିବେ ।