ଭାରତ

ସିଡିରୁ ଖସି ଲାଲୁ ଯାଦବ ଗୁରୁତର

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହ ଏକ ଦୁର୍ଘଟଣା ଘଟିଯାଇଛି। ଘର ସିଡିରୁ ଖସିପଡ଼ି ସେ ଗୁରୁତର ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଆଇସିୟୁରେ ଥିବା ଜଣାପଡ଼ିଛି। ଲାଲୁଙ୍କର କାନ୍ଧ ଭାଙ୍ଗିଯାଇଛି। ଗତ ରବିବାର ରାତିରେ ସେ ସିଡିରୁ ଖସି ପଡ଼ିଥିଲେ। ସୋମବାର ଭୋରରୁ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା। ଏ ନେଇ ମିଳିଥିବା ସୂଚନା ଅନୁସାରେ ଲାଲୁ ରବିବାର ରାତିରେ ଘରର ସିଡିରୁ ତଳକୁ ଓହ୍ଲାଉଥିଲେ। ସେ ହଠାତ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ। ଏହାଫଳରେ ତାଙ୍କ ଡାହାଣ ପଟ କାନ୍ଧ ଭାଙ୍ଗି ଯାଇଛି। ଘରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ହେଲେ କାନ୍ଧ ଭାଙ୍ଗିବା ଯୋଗୁ ତାଙ୍କୁ ବହୁତ କଷ୍ଟ ହୋଇଥିଲା। ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ପାଟନାରେ ଥିବା ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Related posts

ପୋଲିସ ଗୁଳିରେ ଟଳିଲେ ୩ ମାଓବାଦୀ  

mahabharatanews

ଦେଶରୁ ଦୈନିକ ୩ ହଜାର ୩୧୮ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଉତ୍ତରପ୍ରଦେଶରେ ବଡ଼ ଧରଣର ଅଗ୍ନିକାଣ୍ଡ,୩ଜୀବନ୍ତ ଦଗ୍ଧ

mahabharatanews