(ମୁମ୍ବାଇ) : ଭିକି କୌଶଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାମ୍ ବାହାଦୂର’ ୨୦୨୩ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ଆଜି ଅର୍ଥାତ୍ ଡିସେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ହେଲେ ଆଜି ସିନେମା ଜଗତ ପାଇଁ ନିଶ୍ଚୟ ଏକ ବଡ଼ ଦିନ୍ କାରଣ ଆଜି ଭିକି କୌଶଲ ଏବଂ ରଣବୀର କପୁରଙ୍କ ଫିଲ୍ମ ଆଜି ଏକାଠି ରିଲିଜ୍ ହୋଇଛି ।
ସୂଚନାନୁଯାୟୀ , ବର୍ତ୍ତମାନ ବକ୍ସଅଫିସର୍ ‘ସାମ୍ ବାହାଦୂର’ ଏବଂ ଆନିମଲ ପରସ୍ପରକୁ ଦେଉଛି କଡା ଟକ୍କର । ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’ର କୌଣସି ପ୍ରଭାବ ‘ସାମ ବାହାଦୂର’ ଉପରେ ପଡିନାହିଁ । କେବଳ ଏତିକି ନୁହେଁ, ଏହି ଚଳଚ୍ଚିତ୍ର ବିକି କୌଶଲଙ୍କ କ୍ୟାରିୟରର ତୃତୀୟ ସର୍ବାଧିକ ଓପନର୍ ବୋଲି କୁହାଯାଉଛି । ତେବେ ଚାଲନ୍ତୁ ଜାଣିବା ଫିଲ୍ମଟି ରିଲିଜର ପ୍ରଥମ ଦିନରେ କେତେ ଆୟ କରିଛି । ‘ସାମ ବାହାଦୂର’ ହେଉଛି ଦେଶର ପ୍ରଥମ ଫିଲ୍ଡ ମାର୍ଶଲ sam manekshawଙ୍କ ର ବାୟୋପିକ । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ବିକି କୌଶଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ‘ସାମ ବାହାଦୂର’ ୨ ଘଣ୍ଟା ୩୦ ମିନିଟର ଫିଲ୍ମ ।ଏହି ସିନେମାକୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ପକ୍ଷରୁ ଏକ U / A ସାର୍ଟିଫିକେଟ୍ ଦିଆଯାଇଛି ।