ମନୋରଞ୍ଜନ

ବନ୍ଦ ହେଲା ଊର୍ଫିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ  

(ମୁମ୍ବାଇ) :  ବଲିଉଡ୍‌ ଅଭିନେତ୍ରୀ ଊର୍ଫି ଜାଭେଦ ତାଙ୍କର ପୋଷାକ ପରିଚ୍ଛଦକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଊର୍ଫିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ରଦ୍ଦ କରି ଦିଆଯାଇଛି। ଏସୂଚନାକୁ ଊର୍ଫି ନିଜେ ପୋଷ୍ଟ ସେୟାର କରି ଦେଇଛନ୍ତି। ଆଉ କହିଛନ୍ତି, ‘ଇନଷ୍ଟାଗ୍ରାମ ପକ୍ଷରୁ ମୋତେ ୧୮୦ଦିନର ସସପେନସନ ନୋଟିସ ମିଳିଛି। ଯାହାଫଳରେ କି ମୁଁ ସେତିକି ଦିନ ପର୍ଯ୍ୟନ୍ତ ଆଉ କୌଣସି ପୋଷ୍ଟ ସେୟାର କରି ପାରିବି ନାହିଁ।’

ସୂଚନାନୁଯାୟୀ , ଏଥିରେ ସମ୍ପୂର୍ଣ୍ଣ ଗାଇଡଲାଇନ ଉଲ୍ଲେଖ ରହିଛି। ଯାହାର ଏକ ସ୍କ୍ରିନ ସଟ ଊର୍ଫି ସେୟାର କରିଛନ୍ତି। ଏହା ଆଧାରରେ ତାଙ୍କୁ ୧୮୦ଦିନର ଟାଇମ ଦିଆଯାଇଛି। ତେବେ ଏହି ପଦକ୍ଷେପ କାହିଁକି ଓ କେଉଁ ପୋଷ୍ଟ କାରଣରୁ ନିଆଯାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ।

Related posts

ମା ବନିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ସୋନମ

mahabharatanews

ପୁଣି ଚର୍ଚ୍ଚାରେ ଆଶିଷ ବିଦ୍ୟାର୍ଥୀ ଓ ତାଙ୍କ ଦ୍ଵିତୀୟ ପତ୍ନୀ

mahabharatanews

ଦଶମ ଦିନରେ ‘ଦ କେରଳ ଷ୍ଟୋରି’  

mahabharatanews