ଭାରତ

ଜଳମୟ ଚେନ୍ନାଇ, ରାସ୍ତାରେ ବୁଲୁଛି କୁମ୍ଭୀର

(ଚେନ୍ନାଇ) :  ବାତ୍ୟା ମିଗଜୋମ୍ ପ୍ରଭାବରେ ଉବୁଟୁବୁ ଚେନ୍ନାଇ । ଚାରିଆଡେ ଖାଲି ପାଣି ଫଳରେ ଲୋକେ ନାହିଁ  ନଥିବା  ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଚେନ୍ନାଇ ମହାନଗରୀର ଗଳିକନ୍ଦି, ଛକବଜାର, ଆପାର୍ଟମେଣ୍ଟ ଠୁ ଆରମ୍ଭ କରି ଏୟାରପୋର୍ଟ ସବୁ ଭାସୁଛି । ପ୍ରବଳ ବର୍ଷା ଜାରି ରହିଛି । ରାସ୍ତା ଉପରେ ଅନେକ ଗାଡି ମୋଟର ଫସି ଯାଇଛି । କାର ରାସ୍ତାରେ ଭାସୁଥିବା ଦେଖିବାକୁ ମିଳିଛି । ଗାଡ଼ି ଗମନାଗମନ ସହିତ ଟ୍ରେନ୍ ଓ ବିମାନ ଚଳାଚଳ ବି ବାଧାପ୍ରାପ୍ତ ହୋଇଛି ।

ସୂଚନାନୁଯାୟୀ , ବର୍ଷା ଯୋଗୁ ଚେନ୍ନାଇ ରାଜରାସ୍ତାରେ ବୁଲୁଛି କୁମ୍ଭୀର। ଅନ୍ଧାର ରାତିରେ ରାସ୍ତା ଉପରକୁ ଆସିଯାଇଥିଲା ବିରାଟକାୟ କୁମ୍ଭୀର। ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡିଥିଲେ । ଯାହାର ଭିଡିଓ ସବୁ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଚେନ୍ନାଇରେ ସାଇକ୍ଲୋନ୍ ‘ମିଗଜୋମ୍’ ଯୋଗୁଁ ବର୍ଷା ସମ୍ବନ୍ଧୀୟ ଘଟଣାରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ଦୁଇଜଣ ବ୍ୟକ୍ତି ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ବେଳେ ବେସାନ୍ତ ନାଗର ଅଞ୍ଚଳରେ ଏକ ଗଛ ତାଙ୍କ ଉପରେ ପଡ଼ିଯିବା ପରେ ଜଣଙ୍କର ଜୀବନ ଯାଇଥିଲା । ଏଥିସହ ସହରର ବର୍ଷା ପ୍ରଭାବିତ ଅଞ୍ଚଳରେ ପୁରୁଷ ଓ ମହିଳାଙ୍କ ଦୁଇଟି ଅଜ୍ଞାତ ମୃତଦେହ ମିଳିଛି ।

Related posts

ବାଣ କାରଖାନାରେ ଅଚାନକ ବିସ୍ଫୋରଣ,୬ ମୃତ ସହ ୬୦ଆହତ

mahabharatanews

ଦିଲ୍ଲୀ ଆକାଶରେ ଜ୍ୱାଳାମୁଖିର ଅଗ୍ନି ବାଦଲ, ବିମାନ ସେବା ବାଧାପ୍ରାପ୍ତ

mahabharatanews

ଅଲଗା ହେଲେ ହାର୍ଦ୍ଦିକ-ନତାଶା

mahabharatanews