ଭାରତ

 ସମନ୍ବୟ କମିଟି ବୈଠକରେ ଯୋଗ ଦେବେ ନାହିଁ ଦିଦି 

(କୋଲକତା)  : ଆସନ୍ତା ବୁଧବାର ହେବାକୁ ଥିବା ବିରୋଧୀ ଇଣ୍ଡିଆ ମେଣ୍ଟର ସମନ୍ବୟ କମିଟି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଯୋଗଦେବେ ନାହିଁ। ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକ ସଂପର୍କରେ ସେ ଅବଗତ ନାହାନ୍ତି। ତେବେ ତାଙ୍ଗ ଦଳ ମଧ୍ୟ ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକରେ ଯୋଗଦେଇ ନପାରେ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଇଣ୍ଡିଆର ଅନ୍ୟ ସହଯୋଗୀ ଦଳ ସହିତ ଆସନ ବୁଝାମଣା ନକରିବା ଯୋଗୁ କଂଗ୍ରେସ ବିଧାନସଭା ନିର୍ବାଚନରେ ହାରିଲା ବୋଲି ମମତା ମନ୍ତବ୍ୟ ଦେଇଛନ୍ତି।

ତେବେ ଏଥିପାଇଁ ସେ କହିଛନ୍ତି ,ଉତ୍ତର ବଙ୍ଗରେ ପୂର୍ବରୁ ଏକ ବୈଠକ ରଖିଛି। ସେଠାରେ ମୋର ୭ ଦିନିଆ କାର୍ଯ୍ୟକ୍ରମ ରହିଛି। ଇଣ୍ଡିଆ ମେଣ୍ଟର ବୈଠକ ସଂପର୍କରେ ପୂର୍ବରୁ ଯଦି ଜାଣିଥାନ୍ତି ତାହେଲେ ଉକ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥାନ୍ତି। ମେଣ୍ଟ ବୈଠକକୁ ନିଶ୍ଚିତ ଯାଇଥାନ୍ତି।  କିନ୍ତୁ ଯେହେ‌ତୁ ମୋ’ ପାଖରେ କୌଣସି ସୂଚନା ନାହିଁ ତେଣୁ ମୁଁ ଉତ୍ତର ବଙ୍ଗ ଗସ୍ତରେ ଯାଉଛି ବୋଲି ମମତା କହିଛନ୍ତି।

 

Related posts

ବିଜେପିରେ ସାମିଲ ହେଲେ ଲଭ୍‌ଲି

mahabharatanews

ସେନା କ୍ୟାମ୍ପ ଉପରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ଆହାତ

mahabharatanews

ନୀତିଶଙ୍କ ଅଭିଜ୍ଞତା ନା ତେଜସ୍ୱୀଙ୍କ ଯୁବ ଶକ୍ତି? ଦ୍ୱିତୀୟ ପର୍ଯ୍ୟାୟ ନିର୍ଣ୍ଣୟ କରିବ ଯେ ସିଂହାସନ ପାଇଁ କିଏ ଯୋଗ୍ୟ

mahabharatanews