(ଦିଲ୍ଲୀ) : ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ଏମଡି ଆଚାର୍ଯ୍ୟ ବାଲକ୍ରିଷ୍ଣା ପୁଣି ଥରେ ସୁପ୍ରିମକୋର୍ଟରେ କ୍ଷମା ମାଗିଛନ୍ତି । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଏହା ପୂର୍ବରୁ କୋର୍ଟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ସାରିଛନ୍ତି ଉଭୟ ରାମଦେବ ଓ ବାଳକୃଷ୍ଣ । ମାତ୍ର ଏହାକୁ ଗ୍ରହଣ ନ କରି ଉଭୟଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ ।
ସୂଚନାନୁଯାୟୀ , ଏଥିସହ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ବି ଚେତାଇ ଦେଇଛନ୍ତି । ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ହିମା କୋହଲି ଓ ଏ. ଅମାନୁଲ୍ଲାଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ଆମେ ଉଦାର ହୋଇ ପାରିବୁ ନାହିଁ । ଜାଣିଶୁଣି ତିନି ତିନି ଥର ଆମ ନିର୍ଦ୍ଦେଶକୁ ବେଖାତିର କରାଯାଇ ନିୟମକୁ ଉଲ୍ଲଘଂନ କରାଯାଇଛି। ତେଣୁ ଆମେ ଉଭୟଙ୍କ କ୍ଷମାକୁ ଗ୍ରହଣ କରିବୁ ନାହିଁ। ନିର୍ବାଚନ ତାରିଖ ବିଚାରପତି କହିଛନ୍ତି, ଏହି ମାମଲା ନ୍ୟାୟଳୟରେ ନ ପହଞ୍ଚିବା ପର୍ଯ୍ୟନ୍ତ ଆଇନ ଖିଲାପକାରୀମାନେ ଆମ ନିକଟକୁ ନିଜ କ୍ଷମା ପ୍ରାର୍ଥନା ପତ୍ର ପଠାଇବାକୁ ଉଚିତ ମଣିଲେ ନାହିଁ। ସେମାନେ ପ୍ରଥମେ ଏହାକୁ ଗଣମାଧ୍ୟମ ନିକଟକୁ ପଠାଇଲେ।
