ଭାରତ

 ସମନ୍ବୟ କମିଟି ବୈଠକରେ ଯୋଗ ଦେବେ ନାହିଁ ଦିଦି 

(କୋଲକତା)  : ଆସନ୍ତା ବୁଧବାର ହେବାକୁ ଥିବା ବିରୋଧୀ ଇଣ୍ଡିଆ ମେଣ୍ଟର ସମନ୍ବୟ କମିଟି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଯୋଗଦେବେ ନାହିଁ। ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକ ସଂପର୍କରେ ସେ ଅବଗତ ନାହାନ୍ତି। ତେବେ ତାଙ୍ଗ ଦଳ ମଧ୍ୟ ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକରେ ଯୋଗଦେଇ ନପାରେ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଇଣ୍ଡିଆର ଅନ୍ୟ ସହଯୋଗୀ ଦଳ ସହିତ ଆସନ ବୁଝାମଣା ନକରିବା ଯୋଗୁ କଂଗ୍ରେସ ବିଧାନସଭା ନିର୍ବାଚନରେ ହାରିଲା ବୋଲି ମମତା ମନ୍ତବ୍ୟ ଦେଇଛନ୍ତି।

ତେବେ ଏଥିପାଇଁ ସେ କହିଛନ୍ତି ,ଉତ୍ତର ବଙ୍ଗରେ ପୂର୍ବରୁ ଏକ ବୈଠକ ରଖିଛି। ସେଠାରେ ମୋର ୭ ଦିନିଆ କାର୍ଯ୍ୟକ୍ରମ ରହିଛି। ଇଣ୍ଡିଆ ମେଣ୍ଟର ବୈଠକ ସଂପର୍କରେ ପୂର୍ବରୁ ଯଦି ଜାଣିଥାନ୍ତି ତାହେଲେ ଉକ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥାନ୍ତି। ମେଣ୍ଟ ବୈଠକକୁ ନିଶ୍ଚିତ ଯାଇଥାନ୍ତି।  କିନ୍ତୁ ଯେହେ‌ତୁ ମୋ’ ପାଖରେ କୌଣସି ସୂଚନା ନାହିଁ ତେଣୁ ମୁଁ ଉତ୍ତର ବଙ୍ଗ ଗସ୍ତରେ ଯାଉଛି ବୋଲି ମମତା କହିଛନ୍ତି।

 

Related posts

ନିର୍ବାଚନ ପୂର୍ବରୁ ପାର-ତାପି-ନର୍ମଦା ପ୍ରକଳ୍ପ ବନ୍ଦ

mahabharatanews

ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କଲେ ଅମୀର ଖାଁ

mahabharatanews

ଉପରାଷ୍ଟ୍ରପତି ନିର୍ବାଚନ ୨୦୨୨

mahabharatanews