ମନୋରଞ୍ଜନ

ଲଣ୍ଡନରେ ଛୁଟି କାଟୁଛନ୍ତି ବିରୁସ୍କା

(ମୁମ୍ବାଇ) ;  ବିଶ୍ବକପ୍‌ ପରେ ଲଣ୍ଡନରେ ଛୁଟି କାଟୁଛନ୍ତି ବିରୁସ୍କା । ତେବେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା ଓ କନ୍ୟା ବାମିକାଙ୍କ ସହ ଏବେ ଲଣ୍ଡନ୍‌ରେ ଛୁଟି କାଟୁଛନ୍ତି । ସେ ବମ୍ବେ ବଷ୍ଟଲ୍‌ ରେସ୍ତୋରାଁର ମୁଖ୍ୟ ସେଫ୍‌ ସୁରେନ୍ଦର ମୋହନଙ୍କ ସହ ଏକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଘୁରୁ ବୁଲୁଛି।

ଇନଷ୍ଟାଗ୍ରାମରେ ବୀରୁଷ୍କାଙ୍କ ସହ ମିଳିତ ଫଟୋ ଛାଡ଼ି ମୋହନ ଲେଖିଛନ୍ତି ‘ମୋର ଦୁଇ ପ୍ରିୟଙ୍କୁ ସ୍ବାଗତ କରିବା ଆନନ୍ଦିତ କରିଛି, ରାତ୍ରିଭୋଜନ ପାଇଁ ଆସିଥିବାରୁ କୃ୍ତଜ୍ଞତା ଜଣାଉଛି’’। ଦକ୍ଷିଣ ଆଫ୍ରିକା ବିପକ୍ଷ ଧଳାବଲ୍‌ କ୍ରିକେଟ୍ ଶୃଙ୍ଖଳା ଲାଗି ବିରାଟ କୋହଲି ଓ ରୋହିତ ଶର୍ମା ବିଶ୍ରାମ ନେଇଥିବା ବେଳେ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ଶୃଙ୍ଖଳା ବେଳକୁ ଦଳରେ ଫେରିବେ।

Related posts

ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପୌର ପରିଷଦ ପକ୍ଷ ରୁ ରହାଗିରି କାର୍ଯ୍ୟକ୍ରମ ଅନୁଷ୍ଟିତ

mahabharatanews

ଆଉ ନାହାନ୍ତି ନିର୍ଦ୍ଦେଶକ ସଞ୍ଜୟ ଗଢ଼ବି

mahabharatanews

୧ କୋଟି ଟଙ୍କା ଦାନ କଲେ ଅକ୍ଷୟ କୁମାର

mahabharatanews