ଓଡିଶା

ଆରମ୍ଭ ହେଲା ମୋ ବସ୍ ଏକ୍ସପ୍ରେସ୍ ସେବା

(କଟକ) : ଆରମ୍ଭ ହେଲା  ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିିିଏନ୍‌ବିଟି) ଏବଂ ପୁରୀ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ମୋ ବସ୍ ଏକ୍ସପ୍ରେସ୍ ସେବା । କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ  ଏହା ଆରମ୍ଭ ହୋଇଛି ।

ସୂଚନାନୁଯାୟୀ,  ବିମାନବନ୍ଦର ଯୋଗେ ଆସୁଥିବା ଯାତ୍ରୀମାନଙ୍କୁ ଏକ ନିରାପଦ ଯାତ୍ରାର ଅନୁଭୂତି ଦେବା ପାଇଁ ପୁରୀ ବସ୍‌ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଫ୍ଲାଟ୍ ୨୦୦/- ଟଙ୍କା ଟିକେଟ୍ ମୂଲ୍ୟ ରହିଛି । ସେପରି କଟକ ନେତାଜୀ ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଏହି ଏକ୍ସପ୍ରେସ୍ ସେବା ପାଇଁ ମାତ୍ର ୧୦୦/- ଟଙ୍କା ଟିକେଟ୍ ମୂଲ୍ୟ ନିର୍ଦ୍ଧାରିତ ରହିଛି। ଏହି ଏକ୍ସପ୍ରେସ୍ ସେବା ପାଇଁ ଭୁବନେଶ୍ୱର ବିମାନ ବନ୍ଦରର ୪ର୍ଥ ଲେନ୍‌ରେ ଉପଲବ୍ଧ ଥିବା ମୋ ବସ୍ ଯୋଗେ ଯାତ୍ରୀମାନେ ସିଧାସଳଖ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ।

Related posts

ଶ୍ରେଣୀ କକ୍ଷରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ମୃତଦେହ

mahabharatanews

“ନବୀନ ଶପଥ ନ ନେଲେ ରାଜନୀତି ଛାଡ଼ିଦେବି”

mahabharatanews

ଜେରକ୍ସ ଦୋକାନରେ ମିଳୁଛି ବେସଲାଇନ୍ ପରୀକ୍ଷା ପ୍ରଶ୍ନପତ୍ର

mahabharatanews