ଭାରତ

ଚାଲିଗଲା ସୁରକ୍ଷିତ ଉଦ୍ଧାର ହୋଇଥିବା ଝିଅଟିର ଜୀବନ 

(ମଧ୍ୟପ୍ରଦେଶ) : ଦୀର୍ଘ  ୧୦ ଘଣ୍ଟା ଧରି ବୋରୱେଲ ଭିତରେ ଜୀବନ-ମୃତ୍ୟୁ ଭିତରେ ଆଖି ବୁଜିଲା କୁନି ଛିଅ ମାହି । ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରେ । ଯେଉଁଠି ଏକ ବୋରୱେଲରେ ପଡ଼ିଯାଇଥିଲା ଜଣେ ୫ ବର୍ଷର ବାଳିକାକୁ ଗତକାଲି ବିଳମ୍ବିତ ରାତିରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଜିଲ୍ଲା ପ୍ରଶାସନ ସହିତ NDRF ଏବଂ SDRF ଉଦ୍ଧାର କାର୍ଯ୍ୟକୁ ସଫଳ କରିଥିଲେ । ଗୁରୁତର ଅବସ୍ଥାରେ ପିଲାଟିକୁ ଭୋପାଳସ୍ଥିକ ହମିଦିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ଚିକିତ୍ସିତ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ନେଇ ଖବର ରହିଛି ।

ସୂଚନାନୁଯାୟୀ , ୫ ବର୍ଷର ବାଳିକାକୁ ବୋରୱେଲ୍ ଭିତରେ ପଡିଯାଇଥିବା ଖବର ପାଇ ଖଟଣା ସ୍ଥଳରେ ପହଞ୍ଚିଥିଲା ଉଦ୍ଧାରକାରୀ ଟିମ୍ । ପ୍ରାୟ ୧୦ ଘଣ୍ଟା ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ପରେ ରାଜଗଡରେ ଏକ ବୋରୱେଲରେ ପଡ଼ିଥିବା ଜଣେ ପାଞ୍ଚ ବର୍ଷର ବାଳିକାକୁ ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଥିଲା। ଜିଲ୍ଲା ପ୍ରଶାସନ ସହିତ NDRF ଏବଂ SDRF ଉଦ୍ଧାର କାର୍ଯ୍ୟ କରିଥିଲେ। ଏହି ମାମଲା ବୋଡା ପୋଲିସ ଷ୍ଟେସନ ପରିସରର ପିପଲିୟା ରସୋଡା ଗ୍ରାମ ସହିତ ଜଡିତ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜଗଡ ଜିଲ୍ଲା ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଥିଲେ ।

Related posts

୯୫ ବର୍ଷ ବୟସରେ ପ୍ରକାଶ ସିଂ ବାଦଲଙ୍କ ପରଲୋକ ହୋଇଛି

mahabharatanews

ଆଖି ବୁଜିଲେ ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀ 

mahabharatanews

ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ !

mahabharatanews