ଭାରତ

ବୁଡିଗଲା ମାଛଧରା ଟ୍ରଲର: ମୃତ୍ୟୁ ସଂଖ୍ୟା ୩୦୦, କାଶ୍ମୀରର ୧୩୫ ଜଣ 

(ଗ୍ରୀକ) : ଗ୍ରୀସ୍ ଉପକୂଳରେ ଭୂମଧ୍ୟସାଗରରେ ଏକ ମାଛଧରା ଟ୍ରଲର ବୁଡ଼ିଯିବା ଯୋଗୁ ପ୍ରାୟ ୩୦୦ ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା ବ୍ୟକ୍ତ କରାଯାଇଛି। ଏମାନଙ୍କ ମଧ୍ୟରୁ ପାକ୍ ଅଧିକୃତ କାଶ୍ମୀରର ପ୍ରାୟ ୧୩୫ ଜଣ ବ୍ୟକ୍ତି ଥିବା କୁହାଯାଉଛି।

ସୂଚନାନୁଯାୟୀ , ମୃତ୍ୟୁସଂଖ୍ୟା ୧୦୦ ଭିତରେ ଥିଲା। ଏହି ମାଛଧରା ଟ୍ରଲରରେ ବିଭିନ୍ନ ଦେଶର ୪୦୦ରୁ ୭୫୦ ପର୍ଯ୍ୟନ୍ତ ବ୍ୟକ୍ତି ଥିବା ଅନୁମାନ କରାଯାଉଛି। ପାକିସ୍ତାନ  ରବିବାର ଏକ ବିବୃତିରେ ଡଙ୍ଗାବୁଡ଼ିଜନିତ ମୃତ୍ୟୁସଂଖ୍ୟା ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ଗ୍ରୀସ୍ ସରକାର ପାକିସ୍ତାନର ମୃତ୍ୟୁସଂଖ୍ୟା ଦାବି ଉପରେ କିଛି ସ୍ପଷ୍ଟୀକରଣ ଦେଇନାହାନ୍ତି। ଲୋକଙ୍କୁ ବେଆଇନ ଭାବେ ନେଉଥିବା ଅଭିଯୋଗରେ ଗ୍ରୀକ ଅଦାଲତରେ ୯ ଜଣ ବ୍ୟକ୍ତି ହାଜର ହେବେ ବୋଲି ଜଣାଯାଇଛି।

Related posts

ଉନ୍ମୋଚିତ ହେଲା ମହିଳା ଦିନିକିଆ ବିଶ୍ବକପ୍‌ ୨୦୨୫ ର ଟ୍ରଫି

mahabharatanews

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ

mahabharatanews

ହସ୍ପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ

mahabharatanews