ଭାରତ

ରାମଲାଲାଙ୍କ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି 

(ଅଯୋଧ୍ୟା) : ଅଯୋଧ୍ୟା ରାମ ମନ୍ଦିରର ଭବ୍ୟ ପ୍ରତିଷ୍ଠା ଆସନ୍ତା ବର୍ଷ ଜାନୁଆରି ୨୨ ତାରିଖରେ ହେବ। ରାମଲାଲାଙ୍କୁ ରାମ ମନ୍ଦିରରେ ସ୍ଥାପନ କରାଯିବ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ତେବେ ରାମ ମନ୍ଦିର ପ୍ରତିଷ୍ଠାରେ ସାରା ଭାରତରୁ ସବୁ ବେଦର ୧୨୧ ଜଣ ପୁରୋହିତ ଯୋଗ ଦେଇ କର୍ମ କରିବେ।

ସୂଚନାନୁଯାୟୀ,  ୧୨୧ ଜଣ ବ୍ରାହ୍ମଣଙ୍କ ମଧ୍ୟରେ କାଶୀରୁ ୪୦ରୁ ଅଧିକ ବ୍ରାହ୍ମଣ ରହିବେ ଯେଉଁମାନେ ଅଯୋଧ୍ୟାରେ ଜାନୁଆରି ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମାଙ୍ଗଳିକ କାର୍ଯ୍ୟ ସଂପାଦନ କରିବେ।୮୬ ବର୍ଷୀୟ ପଣ୍ଡିତ ଦୀକ୍ଷିତ ଏହି ପରି‌ପ୍ରେକ୍ଷୀରେ କହିଛନ୍ତି, ପ୍ରସିଦ୍ଧ ସାଧୁ ସନ୍ଥମାନଙ୍କର ଆଶୀର୍ବାଦରୁ କାଶୀର ପଣ୍ଡିତ ଏବଂ ମୋ’ ଉପରେ ରାମ ଲାଲାଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମ ସଂପାଦନ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଭଗବାନ ରାମଙ୍କ ଆଶୀର୍ବାଦରୁ ମୁଁ ମୋ ଦାୟିତ୍ବ ସଂପାଦନ କରିବି ବୋଲି ପଣ୍ଡିତ ଦୀକ୍ଷିତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Related posts

ଏଣିକି ଇରାନ ଏୟାରପୋର୍ଟ ଦେଇ ଯିବନି ଏୟାର ଇଣ୍ଡିଆ

mahabharatanews

ଜଳବାୟୁ ପରିବର୍ତ୍ତନ ବିଶ୍ୱ ଲାଗି ଚିନ୍ତାର କାରଣ ପାଲଟିଛି

mahabharatanews

ବ୍ରଶ କରିବା ପରେ ଚାଲିଗଲା ଜୀବନ

mahabharatanews