ଭାରତ

 ପ୍ରାଣ ପ୍ରତିଷ୍ଠା ପାଇଁ ୭ହଜାର ଭିଭିଆଇପି ନିମନ୍ତ୍ରିତ

(ମୁମ୍ବାଇ) :  ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରରେ ଆସନ୍ତା ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଏ ନେଇ ପ୍ରସ୍ତୁତି ଜୋରସୋରରେ  ଆରମ୍ଭ ହୋଇଛି । ଏହି ଉତ୍ସବର ସାମିଲ ହେବା ପାଇଁ ଦେଶର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଉଛି । ନିମନ୍ତ୍ରଣ ତାଲିକାରେ ବଲିଉଡ୍ ତାରକା ମଧ୍ୟ ସାମିଲ ଅଛନ୍ତି । ତାଲିକାରେ ୩ହଜାର ଭିଭିଆଇପି ନିମନ୍ତ୍ରିତଙ୍କ ସମେତ ମୋଟ୍‌ ୭ହଜାର ଲୋକଙ୍କ ନାମ ରହିଛି ।

ସୂଚନାନୁଯାୟୀ , କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ପାଖାପାଖି ୭୦୦୦ ଲୋକଙ୍କୁ ନିମନ୍ତ୍ରଣ ଦିଆ ଯାଇଛି । ସେମାନଙ୍କ ମଧ୍ୟରେ ଦେଶର ଅନେକ ବଡ଼ ବଡ଼ ଲୋକ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭଗତଙ୍କ ସମେତ ୩୦୦୦ ଭିଭିଆଇପିଙ୍କୁ ନିମନ୍ତ୍ରଣ ମିଳିଛି । ଆଜି ଆସିପାରେ ରାୟପୁର ରାୟ. ଏହା ଛଡ଼ା ପୁରା ଦେଶରୁ ୪୦୦୦ସାଧୁ ସନ୍ଥଙ୍କୁ ମଧ୍ୟ ଡକା ଯାଇଛି । ନିମନ୍ତ୍ରଣ ଅତିଥିଙ୍କ ତାଲିକାରେ ଖେଳ ଓ ଅଭିନୟ ଜଗତରୁ ମଧ୍ୟ ଅନେକଙ୍କୁ ନିମନ୍ତ୍ରଣ ମିଳିଛି । ଏଥିରେ ‘ରାମାୟଣ’ରେ ପ୍ରଭୁ ରାମଚନ୍ଦ୍ରଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବଂ ଦେବୀ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିଆଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ । କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାମ ଅତିଥି ତାଲିକାରେ ନାହିଁ ।

Related posts

“ମୋତେ କିଣିପାରିବା ଭଳି ଧନ ବିଜେପି ପାଖରେ ନାହିଁ ” : ପ୍ରକାଶ ରାଜ୍

mahabharatanews

ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ; ଅଚାନକ ଆଉ ଏକ ଭୂସ୍ଖଳନ 

mahabharatanews

ନାବାଳକକୁ ଯୈାନ ନିର୍ଯାତନା

mahabharatanews