ଓଡିଶା

ହାତୀ ଆକ୍ରମଣରେ ଚାଲିଗଲା ବନ କର୍ମଚାରୀଙ୍କ ଜୀବନ

(କଳାହାଣ୍ଡି) :  ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ । କଳାହାଣ୍ଡି ଏମ୍. ରାମପୁରରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ପାଲଙ୍କ ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ, ବନ କର୍ମଚାରୀଙ୍କ ସହ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ରେଞ୍ଜ ଅଧିକାରୀ । ନର୍ଲା ରେଞ୍ଜ ଅନ୍ତର୍ଗତ ଆମପଡା ଜଙ୍ଗଲରେ ଘଟିଛି ଏହି ଘଟଣା । ତେବେ ହାତୀ ଆକ୍ରମଣରେ ମୃତ୍ୟୁ ଘଟଣା ରାଜ୍ୟରେ ବାରମ୍ବାର ଘଟୁଥିବାରୁ ଉଦବେଗ ପ୍ରକାଶ ପାଇବାରେ ଲାଗିଛି । ଦୁଇ ଦିନ ପୂର୍ବରୁ ଅନୁଗୁଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ପ୍ରାଣହାନି ହୋଇଥିଲା । ମୃତକ ଦୁଇ ଜଣ ଥିଲେ ୧୮ ବର୍ଷିୟ ଯୁବକ ଗୁରୁ ନାଏକ ଓ ବୃଦ୍ଧ ଅଇଁଠୁ ସାହୁ ।

Related posts

ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

mahabharatanews

ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ଆସିଲା ଯୌନ ନିର୍ଯାତନା ଅଭିଯୋଗ

mahabharatanews

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

mahabharatanews