ଓଡିଶା

ହାତୀ ଆକ୍ରମଣରେ ଚାଲିଗଲା ବନ କର୍ମଚାରୀଙ୍କ ଜୀବନ

(କଳାହାଣ୍ଡି) :  ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ । କଳାହାଣ୍ଡି ଏମ୍. ରାମପୁରରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ପାଲଙ୍କ ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ, ବନ କର୍ମଚାରୀଙ୍କ ସହ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ରେଞ୍ଜ ଅଧିକାରୀ । ନର୍ଲା ରେଞ୍ଜ ଅନ୍ତର୍ଗତ ଆମପଡା ଜଙ୍ଗଲରେ ଘଟିଛି ଏହି ଘଟଣା । ତେବେ ହାତୀ ଆକ୍ରମଣରେ ମୃତ୍ୟୁ ଘଟଣା ରାଜ୍ୟରେ ବାରମ୍ବାର ଘଟୁଥିବାରୁ ଉଦବେଗ ପ୍ରକାଶ ପାଇବାରେ ଲାଗିଛି । ଦୁଇ ଦିନ ପୂର୍ବରୁ ଅନୁଗୁଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ପ୍ରାଣହାନି ହୋଇଥିଲା । ମୃତକ ଦୁଇ ଜଣ ଥିଲେ ୧୮ ବର୍ଷିୟ ଯୁବକ ଗୁରୁ ନାଏକ ଓ ବୃଦ୍ଧ ଅଇଁଠୁ ସାହୁ ।

Related posts

ଭିନ୍ନ ଢଙ୍ଗରେ ବାଲୁଗାଁ ରେଳ ସୁରକ୍ଷା ବଳର ସାଧାରଣତନ୍ତ୍ର ଦିବସ ପାଳନ

mahabharatanews

ବନ୍ଧୁକ ଦେଖାଇ ମନ୍ଦିରରୁ ଲୁଟ

mahabharatanews

ଚିତ୍ରକୋଣ୍ଡା ବିଧାୟକ ଖଇରପୁଟ ବ୍ଲକ ଉନୟନ୍ନ କାମର କଲେ ସମୀକ୍ଷା

mahabharatanews